ସୁବଳୟା ମହାନଦୀ ଫେରିଘାଟ ରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୁବଳୟା ମହାନଦୀ ଫେରୀଘାଟ ନିକଟରୁ ଆଜି ଦୁଇ ଜଣ ଅଜଣା ଯୁବକଙ୍କ ମୃତ ଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଛି । ଏ ସମ୍ପର୍କରେ ମଙ୍ଗଳବାର ସୁବଳୟା ପୋଲିସ ଏକ କେଶ ରୁଜୁ କରି ଘଟଣାର ତଦନ୍ତ କରୁଛି । ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ମୃତ ଶରୀର ଦୁଇଟିର ପୋଷ୍ଟମଟମ ପାଇଁ ପଠାଯାଇ ଥିବା ପ୍ରକାଶ l

