ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ କାର୍ଯ୍ୟକାରୀ କମିଟି ବୈଠକ
ବୀରମହାରାଜପୁର :
ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର କାର୍ଯ୍ୟକାରୀ କମିଟିର ବୈଠକ ବୁଧବାର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଦୟାନିଧି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଅକ୍ଟୋବର ୧ ତାରିଖରେ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି ଓ ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ ହେବାକୁ ଥିବା ଦୁଇଜଣ ବରିଷ୍ଠ ନାଗରିକଙ୍କ ନାମ ସୁପାରିଶ ସଂପର୍କରେ ଆଲୋଚନା ହେବା ସହିଦ ନୂଆଁଖାଇ ଭେଟଘାଟ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବରିଷ୍ଠ ନାଗରିକ ଡ଼.ପ୍ରଫୁଲ୍ଲ କୁମାର ରଥ ଓ ସତ୍ୟ ନାରାୟଣ ନାୟକଙ୍କ ନାମ ଜିଲ୍ଲା ସ୍ତରକୁ ସୁପାରିଶ କରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରା ଯାଇଥିବାବେଳେ ଗୋଧନେଶ୍ବର ମନ୍ଦିରରେ ଖଣ୍ଡହତା ଓ ସୁବଳୟା ବରିଷ୍ଠ ନାଗରିକ ସଂଗଠନର ସଦସ୍ୟ ସଦସ୍ୟା ମାନଙ୍କ ମିଳିତ ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ କରିବାକୁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରା ଯାଇଥିବା ପ୍ରକାଶ।ଏହି ବୈଠକରେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସୁରୁ ସାହୁ ସ୍ବାଗତ ଓ ସୌମିତ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ର ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ। ବୈଠକରେ ବାସୁଦେବ ପଣ୍ଡା, ନାରାୟଣ ପ୍ରସାଦ ନାୟକ,ନିରାପଦ ମାଇତି,ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

