Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହ୍ୟ ହେଉଛି ତାତି; ଜୁନ୍‌ ୯ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିକୁ ଅସମ୍ଭାଳ ହେଉଛି ଗୁଳୁଗୁଳି। ବଲବଲ ହେଉଛନ୍ତି ରାଜ୍ୟବାସୀ। ସେପଟେ ମୌସୁମୀ ଆସିବାରେ ମଧ୍ୟ ବିଳମ୍ବ ହେଉଛି। ତେବେ ସୂଚନା ଅନୁଯାୟୀ ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ। ସେହିପରି ଜୁନ ୯ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ସେଥିପାଇଁ ଜୁନ୍‌ ୯ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା କୁହାଯାଉଛି । ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ