Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା; ୧୨୫ କୋଟିରୁ ଅଧିକ କ୍ଷତି ସହିଛି ଦକ୍ଷିଣ-ପୂର୍ବ ରେଳପଥ  

ବାଲେଶ୍ବର: ଗୋଟେ ପଟେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ଶହ ଶହ ଲୋକଙ୍କ ପ୍ରାଣ ନେଇଥିବା ବେଳେ ଦକ୍ଷିଣପୂର୍ବ ରେଳପଥ ୧୨୫ କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି। ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୫ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା ସୂଚନା ମିଳିଛି। କ୍ଷତିର ପରିମାଣ ଆହୁରି ବଢିବା ମଧ୍ୟ ସମ୍ଭାବନା ରହିଛି।

ରେଳଇଞ୍ଜିନ୍‌, ବଗି ଓ ଲାଇନ ସମେତ ଅନ୍ୟାନ୍ୟ ସଂପଦ କ୍ଷତିଗ୍ରସ୍ତ ଯୋଗୁଁ ରେଳପଥକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ କ୍ଷତିଗ୍ରସ୍ତ ୨ଟି ଇଞ୍ଜିନ୍‌ ପାଇଁ ୨୮ ରୁ ୩୦ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ୧୪ ଟି କୋଚ୍‌ ପାଇଁ ୧୮ ରୁ ୨୦ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି।

ଦୁର୍ଘଟଣା ପରଠାରୁ ପ୍ରତିଦିନ ୧୦୦ଟି ମାଲବାହୀ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ସେହିପରି ମୃତକ ଯାତ୍ରୀମାନଙ୍କ ପରିଜନ ଓ ଆହତମାନଙ୍କୁ କ୍ଷତିପୂରଣ ପାଇଁ ରେଳବାଇକୁ ଅତିରିକ୍ତ ଅର୍ଥ ମଧ୍ୟ ବ୍ୟୟ କରିବାକୁ ପଡ଼ୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ