ବାତ୍ୟା ଅର୍ଣ୍ଣଭ ପ୍ରଭାବ, ଗଛ ଭାଙ୍ଗି ଘର ଭାଙ୍ଗିଲା, ହଟାଇଲେ କଲେ ଅଗ୍ନିଶମ କର୍ମଚାରୀ
କଳାହାଣ୍ଡି,୨୪/୦୯
ବାତ୍ୟା ଅର୍ଣ୍ଣଭ ପ୍ରଭାବ ରେ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସହ ଝଡ଼ ତୋଫାନ ଲାଗି ରହିଥିବା ବେଳେ କୋକସରା ବ୍ଲକ ର କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁ ର ଭୁଜବଲ ପାଣିଗ୍ରାହୀ ଙ୍କ ଘରେ ଏକ ବିରାଟ ଗଛ ଭାଙ୍ଗି ପଡି ଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ବରେ କର୍ମଚାରୀ ମାନେ ପହଞ୍ଚି ଘର ଉପରେ ପଡିଥିବା ଗଛ କୁ କାଟି ସଫା କରିଛନ୍ତି। ତେବେ ଗଛ ପଡିବାରୁ ଘର ଭୁଶୁଡି ପଡିଥିବା ବେଳେ ପରିବାର ଲୋକେ ବେସାହାରା ହୋଇ ପଡିଛନ୍ତି। ଅଗ୍ନିଶମ କର୍ମଚାରୀ କଶ୍ୟପ କୁମାର ପଟ୍ଟନାୟକ, ସୁନୀଲ ରଞ୍ଜନ ବାର୍ଳା, ଲଳିତ ପୁଟେଲ, ଉମା ଶଙ୍କର ନାଏକ, ରାଧେଶ୍ୟାମ ପ୍ରଧାନୀ, ଦେବାଶିଷ ମହାପାତ୍ର, ବିଶ୍ୱଜିତ ଜେନା ପ୍ରମୁଖ ସାମିଲ ଥିଲେ।

