ସେବା ହିଁ ମଣିଷ ଜୀବନର ପରମ ଧର୍ମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଗୁରୁବାର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଦେବାଶିଷ ପଧାନ ମୁଖ୍ୟ ଅତିଥି , ଡ. ଶିଶିର ବଣିଆ ମୁଖ୍ୟ ବକ୍ତା, ,ଅଧ୍ୟାପକ ନରେନ୍ଦ୍ର ଝା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ| ବକ୍ତାମାନେ ସେବା ହିଁ ମଣିଷ ଜୀବନର ପରମ ଧର୍ମ” ବୋଲି ଅଭିହିତ କରିଥିଲେ। ଶିକ୍ଷା, ସେବା, ଗବେଷଣା, ମାନବିକତା ଓ ସଦ୍ଭାବନା ମଣିଷକୁ ପ୍ରକୃତ ଅର୍ଥରେ ମହାନ କରିଥାଏ। ଯୁବପିଢ଼ି ସମାଜସେବା ପ୍ରତି ଆଗ୍ରହୀ ହୋଇ ସମାଜର ଉନ୍ନତିରେ ନିଜର ଅବଦାନ ରଖିବା ଆବଶ୍ୟକ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଆକାଉଣ୍ଟାଣ୍ଟ ସୁବାସ ଶତପଥୀ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଯାମିନୀ ଦାଶ ସଭା ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I

