Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ଼ରେ କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ।

କଳାହାଣ୍ଡି,୨୫/୦୯
(ସେବା, ତ୍ୟାଗ ଓ ସଂକଳ୍ପ ହିଁ ଆଧ୍ୟାତ୍ମିକତାର ସାର — ଜଗଦାନନ୍ଦଜୀ)
ଜୁନାଗଡ଼ସ୍ଥିତ ଅଗ୍ରସେନ ଭବନଠାରେ ଶ୍ରୀ ଶ୍ରୀ କାଳୀକୃଷ୍ଣ ସଂଘ ଆନୁକୂଲ୍ୟରେ ପବିତ୍ର ନୂଆଁଖାଇ ଅବସରରେ ‘ନୂଆଁଖାଇ ଭେଟଘାଟ–୨୦୨୬’ ଅନୁଷ୍ଠିତ ହୋଇଯାଇଛି। ସଂଘର ପରିଚାଳକ ପୂଜ୍ୟ ଜଗଦାନନ୍ଦଜୀ ମୁଖ୍ୟ ଭାବେ ଯୋଗଦେଇ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଆଧ୍ୟାତ୍ମିକତା, ସେବା, ତ୍ୟାଗ ଓ ସଂକଳ୍ପର ମହତ୍ତ୍ୱ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ନୂଆଁଖାଇ କେବଳ ନବାନ୍ନ ଭକ୍ଷଣର ପର୍ବ ନୁହେଁ; ଏହା ମାଟି, ମଣିଷ, ପ୍ରକୃତି ଓ ସଂସ୍କୃତି ପ୍ରତି କୃତଜ୍ଞତାର ଏକ ମହାନ ପରମ୍ପରା , ଏହି ପର୍ବ ମଣିଷ ମଧ୍ୟରେ ଭାଇଚାରା, ସ୍ନେହ, ସଦ୍‌ଭାବ ଓ ସାମାଜିକ ଏକତାକୁ ସୁଦୃଢ଼ କରିଥାଏ। ସେ ଆହୁରି କହିଥିଲେ ଯେ, ଆଜିର ଯୁବପିଢ଼ି ଆଧ୍ୟାତ୍ମିକ ମୂଲ୍ୟବୋଧ ସହିତ ଯୋଡ଼ିତ ହୋଇ ସମାଜସେବା, ସଂସ୍କୃତି ସୁରକ୍ଷା ଓ ମାନବକଲ୍ୟାଣରେ ନିଜକୁ ନିୟୋଜିତ କରିବା ଆବଶ୍ୟକ। ଭକ୍ତି ଯେତେବେଳେ କର୍ମରେ ପରିଣତ ହୁଏ ଏବଂ କର୍ମ ଯେତେବେଳେ ନିଷ୍କାମ ସେବାର ରୂପ ନିଏ, ସେତେବେଳେ ଜୀବନର ପ୍ରକୃତ ସାର୍ଥକତା ପ୍ରକାଶ ପାଏ ବୋଲି ସେ ମତ ଦେଇଥିଲେ।ଏହି ଅବସରରେ ହିନ୍ଦି ଭାଷାରେ କାଳୀକୃଷ୍ଣ ମେଳା ବହି ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା, ସେବା ଓ ଅବଦାନ ରଖିଥିବା ଶାଖା ସଂଘର କାର୍ଯ୍ୟକର୍ତ୍ତା, ମିଡିଆ ସେଲ, ପ୍ରଜ୍ଞା ବାହିନୀ, କାଳୀକୃଷ୍ଣ ବାହିନୀର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କାଳୀକୃଷ୍ଣ ସଂଘର ମୂଖ୍ୟ ସଂଘ,ଶାଖା ସଂଘ, ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା, ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ