Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟା ରେ ଉବୁଡୁବୁ କୋକସରା ବ୍ଲକ ର ଚାଷି, ବନ୍ୟାଜଳ ମାଡି ବ୍ୟାପକ ଚାଷ ନଷ୍ଟ,ଭାଙ୍ଗିଲା ଘର , କ୍ଷତିପୂରଣ ଦାବି କଲେ କ୍ଷତିଗ୍ରସ୍ତ।

କଳାହାଣ୍ଡି,୨୫/୦୯
ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ପ୍ରଭାବ ରେ କଳାହାଣ୍ଡି ଜିଲ୍ଲା ରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଥିବା ବେଳେ ଜିଲ୍ଲାର ବିଭିନ୍ନ ନଦୀ ରେ ଜଳସ୍ତର ବୃଦ୍ଧି ସହ ନଦୀ ର ବନ୍ୟାଜଳ ଚାଷଜମି କୁ ମାଡି ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଏହି କ୍ରମ ରେ କୋକସରା ବ୍ଲକ ରେ ମଧ୍ୟ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବ୍ଲକ ର ମୁଡ୍ରା,କମଳ, ବେହେରା ନଦୀ ରେ ବନ୍ୟାଜଳ ପ୍ରବାହିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ୍ୟାଜଳ ମାଡି ବ୍ଲକ ହେକ୍ଟର ହେକ୍ଟର ଧାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ବିଗତ ୩ ଦିନ ମଧ୍ୟରେ କୋକସରା ବ୍ଲକ ରେ ୨୧୫ ମିଲିମିଟର ବର୍ଷା ହୋଇଥିବା ନେଇ ବ୍ଲକ ରିପୋର୍ଟ ରୁ ସୂଚନା ମିଳିଥିବା ବେଳେ ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ ହେବାସହ ବାଲିଚର ଓ ମାଟି ମାଡି ହେକ୍ଟର ହେକ୍ଟର ଚାଷଜମି ର ଧାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସେହିପରି ଗମ୍ଭାରୀଗୁଡା, ଫୁଫଗାଁ, ଟେମରା ଅଞ୍ଚଳ ରେ ଚାଷି ଙ୍କ ବ୍ୟାପକ ଭାବେ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବା ନେଇ ଚାଷି କହିଛନ୍ତି।
ଅନ୍ୟପଟେ ବ୍ଲକ ରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସତର୍କ ନଜର ରହିଥିବା ବେଳେ ଅନେକ ସ୍ଥାନରେ ଲଗାଣ ବର୍ଷା ରେ ଲୋକଙ୍କ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଅନେକ ଗ୍ରାମରେ ବର୍ଷା ପାଣି ନିଷ୍କାସନ ହୋଇନପାରି ଘରେ ଘରେ ପଶିଥିବା ବେଳେ ବର୍ଷା ଜଳ ନିଷ୍କାସନ କରିବାକୁ ଲୋକେ ନାକେଦମ ହୋଇଥିବା ବେଳେ ସ୍ଥାନୀୟ ପଞ୍ଚାୟତ ର ଅବହେଳା କୁ ଦାୟୀ କରିଛନ୍ତି। ତେବେ ବନ୍ୟା ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ବିଭିନ୍ନ ବ୍ୟାଙ୍କ ଋଣ,ଧାର କରଜ କରି ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଧାନଚାଷ କରିଥିବା ଚାଷି ଙ୍କ ପାଇଁ ବନ୍ୟା ଦୁର୍ବିସହ ସ୍ଥିତି ନେଇ ଆସିଛି। ବନ୍ୟାଜଳ ମାଡିଯିବା ଫଳରେ ଚାଷି ଙ୍କ ଚାଷ ନଷ୍ଟ ହେବାସହ କେମିତି ପରିବାର ଭରଣା କରିବେ ସେନେଇ ଅନେକ ଚାଷି ଚିନ୍ତାରେ ରହିଛନ୍ତି।
ଜିଲ୍ଲା ପ୍ରଶାସନ ତଥା ବ୍ଲକ କୃଷି ବିଭାଗ ବନ୍ୟା ରେ କ୍ଷତିଗ୍ରସ୍ତ ଚାଷି ଙ୍କ ଚାଷ କ୍ଷତି ର ଆକଳନ କରି ସରକାରୀ ସ୍ତରରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋକସରା ବ୍ଲକ ଅଞ୍ଚଳ ର ବନ୍ୟା ପ୍ରଭାବିତ ଚାଷୀମାନେ ଦାବି କରିଛନ୍ତି।ବର୍ଷା ରେ ଘର ଭାଙ୍ଗିଥିବା ପରିବାର କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ପଲିଥିନ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ