ଲଗାଣ ବର୍ଷାରେ ଘର ଭାଙ୍ଗିଲା, ପରିବାର ବେସାହାରା
କଳାହାଣ୍ଡି,୨୬/୦୯-ବାତ୍ୟା ଅର୍ଣ୍ଣବର ପ୍ରଭାବରୁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାବେଳେ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଭୁର୍ଟିଗଡ଼ ପଞ୍ଚାୟତ ଭୁର୍ଟିଗଡ଼ ଗାଁର ପୁରୁଷୋତ୍ତମ ପାତ୍ରଙ୍କ ମାଟିଘର କାନ୍ଥ ସଂପୂର୍ଣ୍ଣ ଭାଙ୍ଗିଯାଇଛି। ଘର ଭାଙ୍ଗି ଯିବା ପରେ ତାଙ୍କ ପରିବାର ସଂପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି। ଏଣୁ ପୁରୁଷୋତ୍ତମଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଓ ଥଇଥାନ କରିବାକୁ ଦାବି ହେଉଛି।

