ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ଲକ ବିଜେଡି ସଭାପତି ଓ କର୍ମକର୍ତ୍ତା।
କଳାହାଣ୍ଡି,୨୬/୦୯
ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ନିର୍ଦେଶକ୍ରମେ ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳ ସଭାପତି ଡାକେସ୍ଵର ଲହଜଳ ଙ୍କ ନେତୃତ୍ୱ ରେ ସନ୍ଧି କୁଲିହାରୀ ଓ ପର୍ଲା ଗ୍ରାମ ପଞ୍ଚାୟତ ଲଛିପୁର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ।l ତାଙ୍କ ସହ ବ୍ଲକ ମହିଳା ସଭାନେତ୍ରୀ ମମତାରାଣୀ ଗୋପାଳ, ବ୍ଲକ ଉପସଭାପତି ରତନ ନାଏକ, ଧର୍ମଗଡ଼ ନଗର ଉପ ସଭାପତି ରାଜେନ୍ଦ୍ର ଭୋଇ, ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ପାଢ଼ୀ ଏବଂ ସନ୍ଧିକୁଲିହାରୀ ସରପଞ୍ଚ ଜଗତ ରାମ ବାଗ ପ୍ରମୁଖ ସନ୍ଧିକୁଲିହାରୀ ଗ୍ରାମର ବନ୍ୟା ପ୍ରଭାବିତ ଦୁଇଟି ପରିବାର କୁ ସାକ୍ଷାତ କରି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ l ଲଛିପୁର ଗ୍ରାମ ପତେଲପଡା ର ଘର ଭାଙ୍ଗିଥିବା ଓ ରାସ୍ତା ନଥିବାରୁ ତା ସହିତ ପାଣି ଆସୁନ ଥିବାରୁ ଗାଁ ଲୋକେ ଅଭିଯୋଗ କରିଥିଲେ। ସମସ୍ୟାର ଶୀଘ୍ର ସମାଧାନ ପାଇଁ ଧର୍ମଗଡ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଙ୍କୁ ବ୍ଲକ ସଭାପତି ଲହଜଲ୍ ଫୋନ ମାଧ୍ୟମରେ ଅବଗତ କରାଇବା ସହ ଶୀଘ୍ର ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ

