ଶକ୍ତିମୟୀ ଫାଉଣ୍ଡେସନର ଦଶମ ବାର୍ଷିକୋତ୍ସବ
କଳାହାଣ୍ଡି,୨୭/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସ୍ବେଛାସେବୀ ସଂଗଠନ ଶକ୍ତିମୟୀ ଫାଉଣ୍ଡେସନର ଦଶମ ବାର୍ଷିକ ଉତ୍ସବ ଆଜି ଲାଞ୍ଜିଗଡ଼ ଠାରେ ସଭାନେତ୍ରୀ ଯଶୋଦା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଟ୍ରଷ୍ଟିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସମ୍ପାଦିକା ପ୍ରବୀଣା ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ। ଶକ୍ତିମୟୀ ଫାଉଣ୍ଡେସନର ଟ୍ରଷ୍ଟି ବାସନ୍ତୀ ସ୍ୱାଇଁ, ଭାଗ୍ୟଲତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ସାବିତ୍ରୀ ପାଲକିଆ, ପରାମର୍ଶଦାତା ତଥା ଟ୍ରଷ୍ଟି ଶ୍ରୀମୁଖ ଅଗସ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ନିଜ ନିଜର ମତାମତ ପ୍ରଦାନ କରି ଶକ୍ତିମୟୀ ଫାଉଣ୍ଡେସନର ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସୋନୁ ପଧାନ ଓ ସୁଜନ ହରିଜନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ କୋଷାଧ୍ୟକ୍ଷ ଶୁଭଲକ୍ଷ୍ମୀ ମହାନ୍ତି ଧନ୍ଯବାଦ ଦେଇଥିଲେ।

