Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍‌ ଦୁର୍ଘଟଣା; ଭଙ୍ଗାଯିବ ମୃତଦେହ ରଖା‌ଯାଇଥିବା ସ୍କୁଲ ଘର!

ବାଲେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରେ ଏବେ ଭୟରେ ଅଛନ୍ତି ବାହାନଗାବାସୀ। ଦୁର୍ଘଟଣାରେ ପରେ ଉଦ୍ଧାର କରାଯାଇଥିବା ମୃତଦେହକୁ ବାହାନଗା ବଜାର ହାଇସ୍କୁଲରେ ରଖାଯାଇଥିଲା। ତେବେ ଏହାକୁ ନେଇ ଏବେ ଅଭିଭାବକ ଛାତ୍ରଛାତ୍ରୀଙକୁ ସକୁଲକୁ ଛାଡିବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। ଏହି ସ୍କୁଲର ବାତାବରଣ ପାଠପଢିବା ପାଇଁ ଯୋଗ୍ୟ ନୁହେଁ କହିଛନ୍ତି ଅଭିଭାବକ। ତେବେ ଆଜି ବାଲେଶ୍ୱର ଜିଲ୍ଲାପାଳ ହାଇସ୍କୁଲ୍ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ବିଦ୍ୟାଳୟ ପରିଚାଳନା କମିଟି ଚାହିଁଲେ ମୃତଦେହ ରଖାଯାଇଥିବା ସ୍କୁଲ ଘରକୁ ଭଙ୍ଗାଯିବ ।

ତେବେ ସ୍କୁଲ୍ ପରିଚାଳନା କମିଟିର ନିଷ୍ପତ୍ତି ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ମୃତଦେହ ରଖାଯାଇଥିବା କୋଠରୀରେ କିଛି ସ୍ଥାନରେ ରକ୍ତଛିଟା ପଡ଼ିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସନ୍ତୋଷ ଦେଖାଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ