Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗାଲିଫ୍ଟ କେନାଲ ରୁ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ।

କଳାହାଣ୍ଡି,୨୯/୦୯
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଦେଇ ଯାଇଥିବା ଉଠା ଜଳସେଚନ (ମେଗାଲିଫ୍ଟ) କେନାଲ ରୁ ମଙ୍ଗଳବାର ସନ୍ଧ୍ୟାରେ ସକାଳୁ ନିଖୋଜ ଥିବା ମାଝୀଗୁଡା ଗ୍ରାମର ବୃଦ୍ଧ ରାଜ ମୋହନ ଚଣ୍ଡି (୬୫) ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ମତେ ଆଜି ସକାଳୁ ଶୌଚ ପାଇଁ ଯାଇଥିବା ରାଜ ମୋହନ ଚଣ୍ଡି ଆଉ ଘର କୁ ଫେରି ନଥିଲେ,ପରିବାର ଲୋକେ ଖୋଜାଖୋଜି କରିବା ସତ୍ତ୍ୱେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ଓ ନିକଟସ୍ଥ କେନାଲ ହୁଡା ରେ ବୃଦ୍ଧ ଙ୍କ ଟର୍ଚ୍ଚ ଓ ଚପଲ ଥିବାଦେଖି କୋକସରା ପୋଲିସ ଓ ଅଗ୍ନିଶମ ବିଭାଗ କୁ ଏନେଇ ସୂଚନା ଦେଇଥିଲେ ।ପରେ କୋକସରା ପୋଲିସ ଏସଆଇ ରଶ୍ମୀ ରଞ୍ଜନ ବାଗ ସମେତ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କଶ୍ୟପ କୁମାର ପଟ୍ଟନାୟକ, ଲଳିତ ପୁଟେଲ, ସୁନୀଲ ରଞ୍ଜନ ବାର୍ଳା,ଉମା ଶଙ୍କର ନାଏକ, ରାଧେଶ୍ୟାମ ପ୍ରଧାନୀ,ଦେବାଶିଷ ମହାପାତ୍ର, ବିଶ୍ୱଜିତ ଜେନା ପ୍ରମୁଖ ଅଗ୍ନିଶମ କର୍ମଚାରୀ।ମାନେ ପହଞ୍ଚି କେନାଲ ରେ ୨ ଘଣ୍ଟା ଖୋଜିବା ପରେ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଏସ ଆଇ ରଶ୍ମିରଞ୍ଜନ ବାଗ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ