ହୋଟେଲ ଓ ଜଳଖିଆ ଦୋକାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ
କଳାହାଣ୍ଡି,୨୯/୦୯-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁରର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନରେ ଆଜି ଜିଲ୍ଲା ଖାଦ୍ୟ ଓ ନିରାପତ୍ତା ବିଭାଗ ଚଢ଼ାଉ କରିବା ସହିତ ବିଭିନ୍ନ ଖାଦ୍ୟଦ୍ରବ୍ୟର ମାନ ଯାଞ୍ଚ କରିଥିଲେ। ଜିଲ୍ଲା ଖାଦ୍ୟ ନିରୀକ୍ଷକ ବିଶ୍ୱଜିତ ନାଏକଙ୍କ ନେତୃତ୍ୱରେ ଏକ ଦଶଜଣିଆ ଟିମ ହୋଟେଲ ଓ ଜଳଖିଆ ଦୋକାନଗୁଡ଼ିକରେ ଚଢ଼ାଉ କରିଥିଲେ। ଅଚାନକ ଚଢ଼ାଉ ହେବା ପରେ ହୋଟେଲ ଓ ଜଳଖିଆ ଦୋକାନ ମାଲିକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ସେହିପରି କିଛି ହୋଟେଲ ଓ ଜଳଖିଆ ଦୋକାନ ଉପରେ ଅର୍ଥ ତଣ୍ଡ ମଧ୍ୟ ପଡ଼ିଥିବା ଜଣାପଡିଛି।

