Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟପାଟଣା ବ୍ଲକରେ ଶିକ୍ଷକମାନଙ୍କୁ ପଦୋନ୍ନତି, ଶିକ୍ଷା ମହଲରେ ଖୁସିର ଲହରୀ।

କଳାହାଣ୍ଡି,୩୦/୦୯
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବହୁ ସହକାରୀ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି। ଦୀର୍ଘ ଦିନର ଅପେକ୍ଷା ପରେ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହି ପଦୋନ୍ନତି ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ଏହି ବ୍ଲକର ୫୯ ଜଣ କନିଷ୍ଠ ଶିକ୍ଷକ ଲେଭଲ-୫(ଏ) ରୁ ଲେଭଲ-୫(ବି) କୁ ପଦୋନ୍ନତ ହୋଇଛନ୍ତି। ସେଥି ମଧ୍ୟରୁ କ୍ୟାଟେଗୋରୀ-୧ ରେ ୨୭ ଜଣ ଓ କ୍ୟାଟେଗୋରୀ-୨ ରେ ୩୨ ଜଣ। ସେହିପରି ଲେଭଲ-୫(ବି) ରୁ ୫ ଜଣ ପ୍ରଧାନ ଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ଓ ୧୯ ଜଣ ସ୍ନାତକ ଶିକ୍ଷକ (ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ଭାବେ ମୋଟ ୨୪ ଜଣ ଏବଂ ଲେଭଲ-୩ ଉଚ୍ଚ ପ୍ରାଥମିକ ପ୍ରଧାନ ଶିକ୍ଷକ ଭାବେ ୨୫ ଜଣ ଓ ବରିଷ୍ଠ ପ୍ରଧାନ ଶିକ୍ଷକ (ପ୍ରାଥମିକ ୧ଜଣ) ଏହିପରି ଯାକ ବରିଷ୍ଠ ଲେଭଲ୍- ୪ ଶିକ୍ଷକ ୨୬ ଜଣ ପଦୋନ୍ନତ ହୋଇ ସର୍ବମୋଟ ,୧୦୧ ଶିକ୍ଷକ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଯୋଗଦାନ କରିଛନ୍ତି ।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଆଦେଶନାମା ଅନୁଯାୟୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସମସ୍ତ ପଦୋନ୍ନତି ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରାଯାଇଥିବାରୁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ,ଜୟପାଟଣା ପକ୍ଷରୁ ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ଠାକୁର ଓ ସଂପାଦକ ଶ୍ରୀଯୁକ୍ତ ଲଳିତ କୁମାର ନାଏକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ପଦୋନ୍ନତ ଶିକ୍ଷକମାନଙ୍କୁ ଉପଢୌକନ ସହ ସ୍ୱାଗତ, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ପଦୋନ୍ନତି ପାଇଥିବା ସମସ୍ତ ଶିକ୍ଷକ ସରକାର ଓ ଶିକ୍ଷା ବିଭାଗକୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ନୂଆ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇବେ ବୋଲି ସ୍ବମତ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ