ମଦ ଦୋକାନ ସ୍ଥାନାନ୍ତର ନେଇ ବିଜେଡି ପକ୍ଷରୁ ପୋଲିସ ଓ ଅବକାରୀ ବିଭାଗ କୁ ଦାବିପତ୍ର।
କଳାହାଣ୍ଡି,୩୦/୦୯
କଳାହାଣ୍ଡି ଜିଲ୍ଲା ଧର୍ମଗଡ ସରକାରୀ ବସଷ୍ଟାଣ୍ଡ ଓ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଥିବା ବିଦେଶୀ ମଦ ଦୋକାନ ସ୍ଥାନାନ୍ତର କରିବା ନେଇ ବୁଧବାର ଧର୍ମଗଡ ବିଜେଡି ସଭାପତି ଡାକେ ଲହଜଳ ଙ୍କ ନେତୃତ୍ୱରେ ଏକ ଦାବିପତ୍ର ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକ୍ଷକ ସହିତ ଅବକାରୀ ଅଧିକ୍ଷକ ଙ୍କୁ ପ୍ରଦାନ ସହ ଧର୍ମଗଡ ରେ ଥିବା ବେଆଇନ ମଦ କୋଠି ବନ୍ଦ କରିବା ସହ ବିଦେଶୀ ମଦ ଦୋକାନ କୁ ଜନ ବସତି ଅଞ୍ଚଳ ରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଜୁ ଜନତା ଦଳ ତରଫରୁ ଚେତାବନି ଦେଇଛନ୍ତି ।
ଦାବିପତ୍ର ପ୍ରଦାନ ସମୟରେ ଧର୍ମଗଡ ବିଜୁ ଜନତା ଦଳ ସଭାପତି ଡାକେ ଲହଜଳ, ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ, ଜିଲ୍ଲା ସାଧାରଣ ସମ୍ପାଦକ ଦିବ୍ୟସିଂହ ମହାନ୍ତି, ସମ୍ପାଦକ ଲବଣୀ ରାଉତ ଯାଦବ,ବ୍ଲକ ସାଧାରଣ ସମ୍ପାଦକ ଭବେଶ ଗଇନ୍ତା,ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ, ପ୍ରଣବ ଭଏସାଲ, ବ୍ଲକ ଉପ ସଭାପତି ଭବାନୀ ଶଙ୍କର ପଣ୍ଡା, ରତନ ନାଏକ ବ୍ଲକ ସମ୍ପାଦକ ରାଧାକାନ୍ତ ଗୁରୁ, ତପନ ସା, ଧର୍ମଗଡ ନଗର ସଧାରଣ ସମ୍ପାଦକ ପ୍ରମୋଦ ହଂସ, ସମ୍ପାଦକ ପ୍ରେମଲାଲ ସାଗର, ସନ୍ତୋଷ ପାଢ଼ୀ, ଯୁବନେତା ଭବାନୀ ବଣିଆ, ସୁନୀଲ ଭଏସାଳ କାଉନସିଲର ସଂତୋଷିନି ନାଏକ, ଜୁଲି ମହାନନ୍ଦ, ବେଲମତି ପୁଝାରୀ, ହେମଲତା ଗୋପାଲ, ଧନୀରାମ ହାତୀ ସଞ୍ଜୟ ଭୋଇ ସୋଷିଆ ହାତୀ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ମଦ ଦୋକାନ ସ୍ଥାନାନ୍ତରିତ ନେଇ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବିଜେଡି ପକ୍ଷରୁ ଆନ୍ଦୋଳନ ନେଇ ଚେତାବନୀ ଦେଇଥିଲେ।

