Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ମୋରମ ଉତ୍ତୋଳନ ଅଭିଯୋଗ ପରେ ଜେସିବି ଓ ୨ ଟ୍ରାକ୍ଟର ଜବତ।

କଳାହାଣ୍ଡି,୩୦/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତହସିଲ ଅନ୍ତର୍ଗତ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଗ୍ରାମ ନିକଟରେ ବେଆଇନ ଭାବେ ମୋରମ ଉତ୍ତୋଳନ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ତହସିଲଦାର ଙ୍କୁ ଅଭିଯୋଗ ପରେ କୋକସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ବେଆଇନ ମୋରମ ଉତ୍ତୋଳନ ଚାଲିଥିବା ଘଟଣାସ୍ଥଳରେ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ସମେତ କୋକସରା ରାଜସ୍ବ ନିରୀକ୍ଷକ ହିମାଂଶୁ ପଣ୍ଡା କୋକସରା ପୋଲିସ ପହଞ୍ଚି ମୋରମ ଉତ୍ତୋଳନ କରୁଥିବା ଜେସିବି ଗାଡି ସମେତ ୨ ଗୋଟି ଟ୍ରାକ୍ଟର କୁ ଜବତ କରିବା ସହ ପୋଲିସ ର ଜିମା ଦିଆଯାଇଛି। ଆଗକୁ ମଧ୍ୟ ବେଆଇନ ଭାବେ ମୋରମ ଉତ୍ତୋଳନ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି ତହସିଲଦାର ସୂଚନା ଦେଇଛନ୍ତି। ଜବତ ଜେସିବି ଓ ଟ୍ରାକ୍ଟର ଡାଲଗୁମା ଗ୍ରାମର ବୋଳି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ