ଉପଖଣ୍ଡ ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ବୀରମହାରାଜପୁର : ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଗୁରୁବାର ବୀରମହାରାଜପୁର ଉପ ଜିଲ୍ଲାପାଳ ଙ୍କ କାର୍ଯାଳୟ ପରିସରରେ ମହା ଅନୁଷ୍ଟିତ ହୋଇଥିଲl । ଆଜି ଦିନସାରା ବିଭିନ୍ନ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମାନେ ଯୋଗଦାନ କରିଥିଲେ।
ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯିବା ସଂଗେ ସଂଗେ ସକାଳ ସମୟରେ ୟୋଗ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ସୁବଳୟା,ଖଣ୍ଡହତା,ବୀରମହାରାଜପୁର ତଥା ଯାଲୋଇ ଅଞ୍ଚଳରୁ ଅନେକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବରେ ଯୋଗଦେଇ ଡ: ପ୍ରଫୁଲ୍ଲ ରଥ ଭାବ ବିଭୋଳ ହୋଇ ସାମ୍ପ୍ରତିକ ଯୁବ ପିଢ଼ି କିପରି ନିର୍ଦୟ ଭାବରେ ନିଜ ପିତା ମାତା ଙ୍କୁ ଅବହେଳା ପ୍ରଦର୍ଶନ କରି ସେମାନଙ୍କ ସେବା ଶୁଶ୍ରୁଷା କରିବା ବଦଳରେ ନିର୍ଯାତନା ଦେଉଥିବା ବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଏସଡିପିଓ ହେମନ୍ତ କୁମାର ରାଓ,ପୋଲିସ ସର୍ବଦା ବରିଷ୍ଠ ନାଗରିକ ମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥିବା କହିଥିଲେ। ଅନ୍ୟତମ ଅତିଥିଭାବେ ସ୍ଥାନୀୟ ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ ବରିଷ୍ଠ ନାଗରିକ ମାନେ କିଭଳି ସାଇବର ଠକ ମାନଙ୍କ ଦ୍ୱାରା କବଳିତ ହୋଇ ସର୍ବସ୍ବାନ୍ତ ହେଉଛନ୍ତି ତାର ଉଦାହରଣ ଦେଇଥିଲେ । ଏଥିରେ ବୀରମହାରାଜପୁର , ସୁବଳୟା ଏବଂ ଖଣ୍ଡହତା ଆଦି ତିନୋଟି ବରିଷ୍ଠ ନାଗରିକ ସଂଘର ସଭାପତି ମାନେ ଯୋଗଦାନ କରିବା ସହିତ ମଞ୍ଚାସୀନ ଥିଲେ l ପ୍ରତ୍ୟେକ ସଂଗଠନ ରୁ ଦୁଇ ଜଣ ଲେଖାଏଁ ବରିଷ୍ଠ ସଦସ୍ୟ ସଦସ୍ୟା ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ I
ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏ ଅବସରରେ ପୁରସ୍କୃତ କରାଯାଇଥିଲା l ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

