କେନଝରିଆ ପାଲି ପଞ୍ଚାୟତ ସ୍ତରୀୟ ସଂଘ ସୁଭଦ୍ରା ଶକ୍ତି କାର୍ଯ୍ୟାଳୟ ରେ ପୋଷଣ ମାହ ଅଭିଯାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ସ୍ତରୀୟ ସଙ୍ଘ ସୁଭଦ୍ରା ଶକ୍ତି କାର୍ଯାଳୟ ରେ ଖାଦ୍ୟ ପୋଷଣ ସ୍ୱାସ୍ଥ୍ୟ ଓ ପରିମଳ ର ମାଷ୍ଟରଟ୍ରେନର (ଏମ ଵୀ କେ )ଗୀତାଞ୍ଜଳି ଜେନା ଙ୍କ ତତ୍ଵାବଧାନ ରେ ପୋଷଣ ମାହ ଅଭିଯାନ ପାଳିତ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ସମସ୍ତ ପୋଷଣ ସଖୀ , ସମସ୍ତ ଇସି ସଭ୍ୟା , କିଶୋରୀ ବାଳିକା, ଗର୍ଭବତୀ ମା, 0 ରୁ ଦୁଇ ବର୍ଷଶିଶୁ ର ମା ମାନେ ଉପସ୍ଥିତ ଥିଲେ I ସମସ୍ତ ଙ୍କୁ ଖାଦ୍ୟ ପୋଷଣ ସ୍ୱାସ୍ଥ୍ୟ ପରିମଳ ବିଷୟରେ ପୋଷଣ ସଖୀ ମାନେ ସମସ୍ତ ଙ୍କୁ ବୁଝାଇଥିଲେ l ସମସ୍ତ ଙ୍କ ଦୈନନ୍ଦିନ ଜୀବନରେ ତ୍ରିରଙ୍ଗା ଯୁକ୍ତ ଖାଦ୍ୟ ର ବିଶେଷତ୍ୱ ଓ ପରିଷ୍କାର ପାରିଛନ୍ନତା କାହିଁକି ଆବଶ୍ୟକ ସେ ବିଷୟରେ l ଶେଷରେ ପୋଷଣ ଦିଦି ରୀନା ରଥ ଧନ୍ୟବାଦ ଅର୍ପଣ କରିଥିଲେ l

