କଇରା ଝୁଲି ନିକଟରେ ଏକ ଘରୋଇ ବିଦ୍ୟାଳୟ ଗାଡି ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ବୀରମହାରାଜପୁର : ବୀରମହାରାଜପୁର ଥାନା ଜଲୋଏ ନିକଟବର୍ତ୍ତୀ କଇରାଝୁଲି ଠାରେ ଭlରସାମ୍ୟ ହରେଇ ଏକ ଘରେlଇ ସ୍କୁଲ ଗାଡି ଦୁର୍ଘଟଣା ଘଟି ଵର୍ତ୍ତି ଯାଇଛନ୍ତି ଅନେକ ଛାତ୍ର ଛାତ୍ରୀ l ପ୍ରାପ୍ତ ସୂଚନା ଅନୁଶାରେ ଜlଲୋଏ ଠାରେ ଥିବା ଏକ ଘରେlଇ ସ୍କୁଲ ରେ ଶୁକ୍ରବାର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ପରେ ସ୍କୁଲ ଛୁଟି ହୋଇ ଛାତ୍ର ଛାତ୍ରୀ ଙ୍କୁ ଘରକୁ ଛାଡି ଆସୁଥିବା ବେଳେ ଗାଡି ଟି କଇରାଝୁଲି ଠାରେ ଭlରସାମ୍ୟ ହରେଇ ନିକଟସ୍ଥ ଚାଷ ଜମି କୁ ପଶି ଯାଇ ଗାଡି ଟି ଓଲଟି ପଡ଼ିଥିଲା l ପାଖ ଜମି ମାନଙ୍କ ରେ କାମ କରୁଥିଵା ଲୋକ ଓ ପଥଚାରୀ ତୁରନ୍ତ ଛାତ୍ର ଛାତ୍ରୀ ଙ୍କୁ ଉଦ୍ଧାର କରିଥିଲେ l ଗାଡି ଭିତରେ ପ୍ରାୟ 20 ଜଣ ଛାତ୍ରଛାତ୍ରୀ ଥିଲେ l କିଛି ସାମାନ୍ୟ ଆହତ ହୋଇଥିବା ବେଳେ 2-3 ଜଣ ଙ୍କ ହାତ, ମୁଣ୍ଡ ଓ ଛାତି ରେ ମାଡ଼ ହୋଇଥିବା ବେଳେ ତାଙ୍କୁ ପରିବାର ଲୋକେ ଆସି ନେଇଥିବା ସୂଚନା l

