ହରିହର ଜୋର-ଜlଳେlଏ ରାସ୍ତାର ଘିକୁଣ୍ଡି ନିକଟରେ ଏକ ମହିନ୍ଦ୍ରା ଗାଡି ଓଲଟି ଜଣକର ମୃତ୍ୟୁ ; 4 ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ
ବୀରମହାରାଜପୁର : ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର–ଜାଲୋଏ ରାସ୍ତାରେ ଭୟଙ୍କର ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବl ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତି ହୋଇଥିବା ଜଣାଯାଇଛି l
ହରିହର ଯୋର–ଜାଲୋଏ ରାସ୍ତାର ଘିକୁଣ୍ଡି ନିକଟରେ ଏକ ମହିନ୍ଦ୍ରା ଗାଡ଼ି ଯୋଗେ ହରିହର ଜୋର ଡେମ୍ ସାଇଡ୍ରୁ ଭୋଜି କରି ଆଜି ଅପରାହ୍ଣରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି I ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣକର ମୃତ୍ୟ ହୋଇଥିବାବେଳେ, ୪ ଜଣ ଗୁରୁତର ଆହତ ହୋଇଛନ୍ତି l
ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି l ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି l ସମସ୍ତ ଯୁବକ କେନ୍ଦୁପାଲି ଗ୍ରାମର ହୋଇଥିବା ଏବଂ ମୃତକ ଜଣକ ଉକ୍ତ କେନ୍ଦୁପାଲି ଗ୍ରାମର ଚିକୁ ମେହେର ବୋଲି ଆଲୋଚନା ହେଉଛି l

