Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜରେ ସ୍ଵଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ

ବୀରମହାରାଜପୁର : ସ୍ଥାନୀୟ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। “ପରିବେଶ ସ୍ୱଚ୍ଛ ଓ ସୁନ୍ଦର ହେଲେ ପୃଥିବୀ ସୁନ୍ଦର ହେବ” ବାର୍ତ୍ତା ନେଇ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।
ଅଧ୍ୟାପକ ଡ. ଶିଶିର ବଣିଆ ଙ୍କ ସଭାପତିତ୍ବ ଆୟୋଜିତ କାର୍ଯ୍ଯକ୍ରମରେ ଅତିଥି ଭାବେ ନରେନ୍ଦ୍ର ଝା, ସଞ୍ଜୟ କୁମାର ପ୍ରଧାନ ପ୍ରଭାତ କୁମାର ପୁରୋହିତ ପ୍ରମୁଖ ଯୋଗଦେଇଥିଲେ।
ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଯାମିନୀ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଫେଇ ଅଭିଯାନରେ ପ୍ରାୟ ୧୦୦ ଜଣ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ। । ଏହି ଅବସରରେ ସମସ୍ତେ ସ୍ୱଚ୍ଛତା ଶପଥ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ