ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।
କଳାହାଣ୍ଡି,୦୯/୧୦
ପ୍ରାଥମିକ ସ୍ତର ରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ କଳା କୁ ଲୋକଲୋଚନକୁ ଆଣିବା ପାଇଁ ମାଧ୍ୟମ ସାଜିଛି ସୁରଭି କାର୍ଯ୍ୟକ୍ରମ।କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ସୁରଭି କାର୍ଯ୍ୟକ୍ରମ ରେ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଏବିଇଓ ସଞ୍ଜୀବ କୁମାର ପାଢୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଶେଖର ଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ,ଶିକ୍ଷକ ଭୁବନେଶ୍ୱର ଛତ୍ରୀଆ, ମହେନ୍ଦ୍ର ମାଝୀ,ଦେବେନ୍ଦ୍ର ମାଝୀ, ଆଶୁତୋଷ ସରାବୁ ସୁରଭି ମଞ୍ଚ ରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ମଞ୍ଚ ସଂଯୋଜନା ପରିଚଳନା ଫାଲଗୁନି ବାଣୁଆ ଓ ଗୋବର୍ଦ୍ଧନ ବେମାଲ କରିଥିଲେ। ଉଦଯାପିତ କାର୍ଯ୍ୟକ୍ରମ ରେ ଏବିଇଓ ଶ୍ରୀମନ୍ତ ଧରୁଆ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଯୋଗଦେଇ ପ୍ରବନ୍ଧ ଲିଖନ, ବତ୍କୃତା, ବିତର୍କ, ଚିତ୍ର କଳା, ନୃତ୍ୟ ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶେଷ କରି କୁନି କୁନି ପିଲା ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନଛୁଆଁ ହୋଇଥିଲା। ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

