କୋକସରା ଆଞ୍ଚଳିକ ସାଧନ କେନ୍ଦ୍ର ରେ ଯୋଗଦେଲେ ନୂତନ ସିଆରସିସି।
କଳାହାଣ୍ଡି,୧୫/୧୦
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ କୋକସରା ଆଞ୍ଚଳିକ ସାଧନ କେନ୍ଦ୍ର ରେ ନୂତନ ସିଆରସିସି ଭାବେ ଆଲେକ୍ସଜାଣ୍ଡାର ପାଣିଗ୍ରାହୀ ଯୋଗଦାନ କରିଛନ୍ତି। ସେ ପୂର୍ବରୁ କାଦୋପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ପଦୋନ୍ନତି ପରେ ସେ କୋକସରା ନୋଡାଲ ସିଆରସିସି ଭାବେ ଯୋଗଦାନ କରିଛନ୍ତି। ତାଙ୍କ ଯୋଗଦାନ ଦିନ ଗୋଷ୍ଠି ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ବିଆରସିସି ତୋଫାନ ମାଝୀ,ଏବିଇଓ ସଞ୍ଜୀବ କୁମାର ପାଢୀ ସମେତ ଶିକ୍ଷା ବିଭାଗୀୟ କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କୋକସରା ଆଞ୍ଚଳିକ ସାଧନ କେନ୍ଦ୍ର ରେ ନୂତନ ସିଆରସିସି ଭାବେ ଯୋଗଦାନ ପରେ ସେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

