ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ କେନଝରିଆ ପାଲି ରେ ବିଶ୍ଵ ହାତ ଧୂଆ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଗୁରୁବାର ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ଜୁନିଅର ରେଡ଼କ୍ରସ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା l ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଂସ୍କୃତ ଶିକ୍ଷକ ଜଗଦୀଶ ପଧାନ ଛାତ୍ର ଛାତ୍ରୀ ମାନଙ୍କୁ ହାତଧୁଆ ବିଷୟରେ ସଚେତନତା କରିବା ସହିତ ବିଭିନ୍ନ ରୋଗ ର କିଭଳି ରକ୍ଷl ମିଳିବ ସେ ବିଷୟରେ ବାର୍ତା ପ୍ରଦାନ କରିଥିଲେ l ଛାତ୍ର ଛାତ୍ରୀ ଏହାକୁ ଦୈନନ୍ଦିନ ଜୀବନରେ କିପରି ବ୍ୟବହାର କରିବେ ସେ ବିଷୟରେ ବୁଝାଇ ଥିଲେ l କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ମୀନକେତନ ରଣା, କର୍ମଚାରୀ ସତ୍ୟନାରାୟଣ ରାଜହଂସ, ଚିତ୍ତରଞ୍ଜନ ପଧାନ , ସରୋଜ କୁମାର ଭୁକ୍ତା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଶେଷରେ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

