ବୀରମହାରାଜପୁର ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ରେ ସାଧାରଣ ସମ୍ପାଦକ ଭାବେ ନିର୍ଦ୍ଵନ୍ଦରେ ସୁନିତା ସାହୁ ନିର୍ବାଚିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ର ଛାତ୍ର ସଂସଦ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି I ସାଧାରଣ ସମ୍ପାଦକ ଭାବେ ସୁନିତା ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ତେବେ କେବଳ ସଭାପତି ଓ ଉପସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ସଭାପତି ଭାବେ ଶିବାଜୀ ବିଶ୍ବାଳ ଏବଂ ଉପସଭାପତି ରେ ରୋଶନ ଘିବିଲା ନିର୍ବାଚିତ ହୋଇଛନ୍ତି l ନିର୍ବାଚନରେ ସି ଜେ ଡି (ବି ଜେ ଡି) ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ଶୁଣାଯାଇଥିବା ବେଳେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସାଧାରଣ ସମ୍ପାଦକ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି l

