ବଲାଙ୍ଗିରରେ ଚାଞ୍ଚଲ୍ୟ: ଖରଡ଼ା ଗାଁ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ।
ବଲାଙ୍ଗୀର,୨୫।୧୦: ବଲାଙ୍ଗିର ଜିଲ୍ଲାରୁ ଏକ ମର୍ମନ୍ତୁଦ ତଥା ରହସ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ତୁଷୁରା ଥାନା ଅନ୍ତର୍ଗତ ଖରଡ଼ା ଗାଁର ଏକ କୂଅରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମୃତ ମହିଳା ଜଣକ ଖରଡ଼ା ଗାଁର ପଦ୍ମାଳୟା ସାହୁ ବୋଲି ଜଣାପଡ଼ିଛି। ଘଟଣା ପ୍ରଘଟ ହେବା ପରେ ତୁଷୁରା ପୋଲିସ ଏବଂ ଗୁଡ଼ଭେଳା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।
ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ମହିଳାଜଣକ କିପରି ଏବଂ କେମିତି କୂଅକୁ ଗଲେ କିମ୍ବା ଏହା ପଛରେ କୌଣସି ପ୍ରକାରର ଅନ୍ୟ କାରଣ ରହିଛି, ସେ ସମ୍ପର୍ଣ୍ଣ ତଥ୍ୟ ପୋଲିସର ପୂର୍ଣ୍ଣାଙ୍ଗ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

