Odisha IPS Reshuffle: ବଦଳିଲେ ଜେଲ୍ ଡିଜି ସୁଶାନ୍ତ ନାଥ, ୯ ଅଧିକାରୀଙ୍କ ବଦଳି
ଓଡ଼ିଶାରେ IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ପରେ ତାଙ୍କୁ ଏହି ଦାୟିତ୍ୱରୁ ହଟାଇ ଗୃହ ବିଭାଗର OSD ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ IPS ଅଧିକାରୀ ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗର ADG ଦାୟିତ୍ୱ ଦିଆଯାଇଛି। ଏହି ପ୍ରଶାସନିକ ଅଦଳବଦଳରେ ମୋଟ୍ ୯ ଜଣ IPS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି।
ଅନ୍ୟପଟେ ଅମିତାଭ ଠାକୁରଙ୍କୁ କଟକର ପରିବହନ କମିସନର୍, ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ସାରା ଶର୍ମାଙ୍କୁ DIG, ଭିଜିଲାନ୍ସ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ AIG, ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ଏବଂ ଅମ୍ରିତ ପାଲ ସିଂଙ୍କୁ SP, ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ଦାୟିତ୍ୱ ମିଳିଛି। ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା SP ଏବଂ ତପନ ନାରାୟଣ ରଥଙ୍କୁ ନୂଆପଡ଼ା SP ଭାବେ ନିଯୁକ୍ତ କରାଯାଇଛି।

