Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Similipal National Park: ଆଜିଠୁ ଖୋଲିଲା ଶିମିଳିପାଳ, ଦୈନିକ ୬୦ଟି ଗାଡ଼ିକୁ ମିଳିବ ପ୍ରବେଶ ଅନୁମତି

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର! ନଭେମ୍ବର ୧ରୁ ଆରମ୍ଭ ହୋଇଛି ୨୦୨୬-୨୭ ପର୍ଯ୍ୟଟନ ଋତୁ। ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ। ଏଠାରେ ପର୍ଯ୍ୟଟକମାନେ ସବୁଜ ଜଙ୍ଗଲ, ମନୋରମ ଜଳପ୍ରପାତ ଓ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ପର୍ଯ୍ୟଟକଙ୍କ ସୁବିଧା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ନୂଆ ନିୟମାବଳୀ ଜାରି କରିଛନ୍ତି। ପ୍ରତିଦିନ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ପ୍ରବେଶ ଅନୁମତି ମିଳିବ। ଏଥିମଧ୍ୟରୁ ଯଶିପୁରର କାଳିଆମୀ ଫାଟକ ଦେଇ ୩୫ଟି ଏବଂ ବାରିପଦା ପଟର ପିଠାବଟା (ଲୁଲୁଙ୍ଗ) ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ଗାଡ଼ିର Ground Clearance ଅତି କମ୍‌ରେ ୧୮୦ ମିଲିମିଟର ହେବା ସହ ପ୍ରତ୍ୟେକ ଗାଡ଼ି ସହ ଜଣେ ଗାଇଡ୍ ରହିବା ବାଧ୍ୟତାମୂଳକ।

Similipal Entry Rules: କେମିତି କରିବେ Online Booking?

ଶିମିଳିପାଳ ପ୍ରବେଶ ପାଇଁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ହେବ। ଏଣ୍ଟ୍ରି ପରମିଟ୍ ପାଇଁ www.similipal.org ଏବଂ ଜଙ୍ଗଲ ଭିତରେ ରାତ୍ରିଯାପନ ପାଇଁ www.ecotourodisha.com ମାଧ୍ୟମରେ ବୁକିଂ କରିପାରିବେ। ଯଶିପୁର ଫାଟକରେ ସକାଳ ୫ଟାରୁ ୯ଟା ଏବଂ ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ ପଡ଼ିବ। ସମସ୍ତ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ପ୍ରସ୍ଥାନ ଫାଟକ ଅତିକ୍ରମ କରିବାକୁ ହେବ। ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ବୁଲିବାକୁ ଯାଉଥିବା ପର୍ଯ୍ୟଟକ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ଫେରିବେ। କୁମାରୀ, ଗୁଡ଼ଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିରେ କଟେଜ୍‌ରେ ରହିବା ସହ Open Jeep Wildlife Safariର ମଜା ନେଇପାରିବେ। ଶିମିଳିପାଳର ଜୈବବିବିଧତା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତ ନିୟମ ପାଳନ କରିବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ