Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ବଢୁଛି ଅପରାଧ ଓ ନିଶା କାରବାର; ଅଧା ରାତିରେ ରେଷ୍ଟୁରାଣ୍ଟରୁ ଫେରୁଥିବା ଦମ୍ପତିଙ୍କଠୁ ସୁନା ଚେନ୍ ଲୁଟ୍ ।

ବଲାଙ୍ଗୀର,୨।୧୧: ବଲାଙ୍ଗୀର ସହରରେ ଦିନକୁ ଦିନ ନିଶା କାରବାର, ଅପରାଧ ଏବଂ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣ ଜୀବନଯାତ୍ରା ଅସୁରକ୍ଷିତ ହୋଇପଡ଼ିଛି। ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଏପରି ସ୍ତରକୁ ଚାଲିଯାଇଛି ଯେ, ଦିନତମାମ କିମ୍ବା ରାତିରେ ସାଧାରଣ ଲୋକେ ଘରୁ ବାହାରିବାକୁ ଏବଂ ନିଜର ସୁରକ୍ଷାକୁ ନେଇ ଆଶ୍ୱସ୍ତ ନାହାନ୍ତି।
ଗତକାଲି ରାତି ପ୍ରାୟ ୧୨ଟା ୨୧ ମିନିଟ୍ ସମୟରେ ଏଭଳି ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ରବିଚନ୍ଦ୍ର ସତପଥୀ ଏବଂ ତାଙ୍କ ପତ୍ନୀ ସୁଚିକା ସତପଥୀ ଏକ ରେଷ୍ଟୁରାଣ୍ଟରୁ ଖାଇ ବାହୁଡ଼ିବା ସମୟରେ ପି.ଆର୍. ହାଇସ୍କୁଲ ପଡ଼ିଆ ସାମ୍ନାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ସେମାନେ ବାଇକ ରେ ଫେରୁଥିବା ବେଳେ କଳା ରଙ୍ଗର ହେଲମେଟ୍ ପିନ୍ଧିଥିବା ଜଣେ ବାଇକ୍ ଆରୋହୀ ଅତ୍ୟନ୍ତ ଦ୍ରୁତ ଗତିରେ ଆସି ଚଳନ୍ତା ଗାଡ଼ିରୁ ମହିଳାଙ୍କ ଗଳାରୁ ସୁନା ଚେନ୍ ଟାଣି ନେଇ ଫେରାର ହୋଇ ଯାଇଥିଲା।
ସହରରେ ବ୍ୟାପ୍ତ ନିଶା କାରବାର ଏବଂ ଅପରାଧୀଙ୍କ ବର୍ଦ୍ଧିତ ମନୋବଳ ଯାଗାରୁ ଏଭଳି ଖୁଲମଖୁଲା ଲୁଟ୍ ପାଟ୍ ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଗଭୀର କ୍ଷୋଭ ପ୍ରକାଶ ପାଇଛି। ପୀଡ଼ିତ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ଏହି ବର୍ଦ୍ଧିତ ଅପରାଧ ଓ ନିଶା କାରବାର ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଜନସାଧାଣରେ ଦୃଢ଼ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories