Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Hardik Pandya Comeback: ଖୁବଶୀଘ୍ର ଟିମ୍‌ ଇଣ୍ଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ: ଆହତ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାରତୀୟ ଦଳକୁ ଫେରିବା ନେଇ ମୁହଁ ଖୋଲିଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍‌। ତାଙ୍କ କହିବା ଅନୁସାରେ, ଜାତୀୟ ଦଳକୁ ଫେରିବା ପୂର୍ବରୁ ହାର୍ଦ୍ଦିକଙ୍କୁ ଘରୋଇ କ୍ରିକେଟ୍‌ ଖେଳିବାକୁ ପଡ଼ିବ। ଏହାଦ୍ୱାରା ତାଙ୍କ ଫିଟ୍‌ନେସ୍‌ ଓ ଖେଳିବାର କ୍ଷମତା ପରୀକ୍ଷା ହୋଇପାରିବ।

ଆଇପିଏଲ୍‌ ୨୦୨୬ ସିଜିନ୍‌ଠାରୁ ବାରମ୍ବାର ଆହତ ସମସ୍ୟା ଯୋଗୁଁ ହାର୍ଦ୍ଦିକ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ରହି ପୁନର୍ବାସ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ଏଠାରେ ତାଙ୍କ ଫିଟ୍‌ନେସ୍‌ ଫେରାଇ ଆଣିବା ଉପରେ ଧ୍ୟାନ ଦିଆଯାଉଛି।

ହାର୍ଦ୍ଦିକ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଦଳକୁ ଫେରିବେ ବୋଲି ଶୁଭମନ ଗିଲ୍‌ ଆଶା ପ୍ରକାଶ କରିଛନ୍ତି। ତେବେ ଘରୋଇ କ୍ରିକେଟ୍‌ରେ ତାଙ୍କ ପ୍ରଦର୍ଶନ ଓ ଫିଟ୍‌ନେସ୍‌ ଉପରେ ହିଁ ଜାତୀୟ ଦଳକୁ ଫେରିବା ନିଷ୍ପତ୍ତି ନିର୍ଭର କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories