Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମିତି ବୈଠକ; ମହାଦୁର୍ନୀତିରେ ଉବୁଡୁବୁ ଜମନକିରା ବ୍ଲକ,ବିରୋଧ କଲେ ଜନପ୍ରତିନିଧି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ବସିଥିବା ସମିତି ବୈଠକରେ ଜନପ୍ରତିନିଧି ମାନେ ମହାଦୁର୍ନୀତି ହେଉଥିବା ନେଇ ତୁମ୍ବି ତୋଫାନ ମଚେଇଛନ୍ତି। ତେବେ ଦୁର୍ନୀତି ଖୋର ଅଧିକାରୀଙ୍କୁ ତୁରନ୍ତ ବଦଳି କରା ନଗଲେ ଆନ୍ଦୋଳନ କରାଯିବ ବୋଲି ଜନପ୍ରତିନିଧି ମାନେ ବୈଠକରେ ଦାବି କରିଥିଲେ।

ସୂଚନା ଯୋଗ୍ୟ ଯେ, ବ୍ଲକ ଅଞ୍ଚଳ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ହେଲେ ଏଠି ଉନ୍ନୟନ କାର୍ଯ୍ୟ ବଦଳରେ ଚାଲିଛି ମହା ଦୁର୍ନୀତି। ସମିତି ବୈଠକର ଏଭଳି ଅଭିଯୋଗ ଆଣିଛନ୍ତି ଜନପ୍ରତିନିଧି। ପ୍ରକାଶ ଥାଉ କି ଆଜି ବ୍ଲକ ସଭାଗୃହରେ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ଉକ୍ତ ବୈଠକରେ କୃଷି ଓ ଉଦ୍ୟାନ, କୃଷି ବିଭାଗ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ପାଳନ, ଶିଶୁ ବିକାଶ, ବିଦ୍ୟୁତ, ପାନୀୟ ଜଳ ଓ ପରିମଳ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ଭାବେ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ଉପରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା। ତେବେ ଉକ୍ତ ବିଭାଗରେ ବ୍ଲକର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ସଂପୃକ୍ତ ଅଧିକାରୀଙ୍କୁ ବହୁ ତଥ୍ୟ ପଚରା ଯାଇଥିଲା। ଅଧିକାରୀ ଜଣକ ଭୁଲ ତଥ୍ୟ ଦେଇଥିବାରୁ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେ ଦୁର୍ନୀତିରେ ଲିପ୍ତ ଥିବା ନେଇ ଜନପ୍ରତିନିଧି ମାନେ ଆରୋପ କରିଥିଲେ। ସେ ଏଠାରେ ଦୀର୍ଘ ୭ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିଥିବା ଯୋଗୁଁ ଦୁର୍ନୀତି ଅଧିକ ହେଇଛି। ତେଣୁ ତାଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲେଖାଯାଉ ବୋଲି ସମସ୍ତେ କହିଥିଲେ।

ଏଇ ବୈଠକ ରେ ସମସ୍ତ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନେ ଅନ୍ୟ ଏକ ଅଭିଯୋଗରେ କହିଥିଲେ କି, ଗ୍ରାମାଞ୍ଚଳରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟର ଖର୍ଚ୍ଚକୁ ବିରୋଧ କରି ବିଡ଼ିଓ ପ୍ରସନ୍ନ କୁମାର ପଟେଲଙ୍କ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତ। ଜମନକିରା ଅଞ୍ଚଳରେ ସର୍ବମୋଟ ଦୁଇଶହ ଦଶ ଗୋଟି ଷ୍ଟ୍ରିଟ ଲାଇଟ ଲଗାଯାଇଛି। ଯାହାର ମୂଲ୍ୟ ଅତିବେଶୀରେ ଦଶଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ କିନ୍ତୁ ବିଡ଼ିଓ ମହାଶୟ ୪୪ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ତେଣୁ ଏହାର ସଠିକ ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସମସ୍ତ ସମିତି ଓ ସରପଞ୍ଚ ଦାବି କରିଛନ୍ତି।
ବର୍ତ୍ତମାନ ଖବର ପ୍ରସାରଣ ପରେ ଷ୍ଟ୍ରିଟ ଲାଇଟ ଘୋଟାଲାର ପରଦା ଫାସ ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା।
ଏଇ ବୈଠକରେ କୁଚିଣ୍ଡା ବିଧାୟକ କିଶୋର ନାଏକ, ସାଂସଦ ପ୍ରତିନିଧି ସୁନିଲ ମୁଦୁଲି, ବ୍ଲକ ଉପାଧ୍ୟକ୍ଷ ରୋହିତ କୁମାର ଭୋଇ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ