Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

₹250 Commemorative Coin: ମୁତ୍ତୁସ୍ୱାମୀ ଦୀକ୍ଷିତରଙ୍କ ୨୫୦ତମ ଜୟନ୍ତୀରେ ୨୫୦ ଟଙ୍କିଆ ସ୍ମାରକ ମୁଦ୍ରା ଜାରି କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ବାରାଣସୀରେ ୨୫୦ ଟଙ୍କିଆ ସ୍ମାରକ ମୁଦ୍ରା ଜାରି କରିଛନ୍ତି। କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ସାଧକ ମୁତ୍ତୁସ୍ୱାମୀ ଦୀକ୍ଷିତରଙ୍କ ୨୫୦ତମ ଜୟନ୍ତୀ ଅବସରରେ ଏହି ମୁଦ୍ରା ଉନ୍ମୋଚନ କରାଯାଇଛି। IIT-BHU ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହା ଜାରି ହୋଇଥିଲା।

ଏହି ଅବସରରେ ନିର୍ମଳା ସୀତାରମଣ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ଦେଶର ସାଂସ୍କୃତିକ ପରମ୍ପରାରେ ଦୀକ୍ଷିତରଙ୍କ ଅବଦାନ ବିଷୟରେ କହିଥିଲେ। ତାଙ୍କର କାଶୀ ସହ ସମ୍ପର୍କ ଏବଂ ସଙ୍ଗୀତରେ ବ୍ୟବହୃତ ବୀଣାର ବିଶେଷତା ଉପରେ ମଧ୍ୟ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସେ IIT-BHUର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ମୁତ୍ତୁସ୍ୱାମୀ ଦୀକ୍ଷିତରଙ୍କ ଜୀବନ, ଦର୍ଶନ ଓ ସଙ୍ଗୀତ ସାଧନାକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଅମର ଗୁରୁଗୁହମ୍‌ ପୋଟ୍ରୁଭମ୍‌’ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ଏହି ସ୍ମାରକ ମୁଦ୍ରା ତାଙ୍କର ସଙ୍ଗୀତ ଓ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜାରି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories