Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସଭାଗୃହରେ ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ବଜରଙ୍ଗ ଦଳ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ହୃତାତ୍ମା ଦିବସ ଅବସରରେ କର ସେବକ ବଳିଦାନ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ଉଦଘାଟନ କରିଥିବାବେଳେ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, କିଶୋର ହୋତା ଅରବିନ୍ଦ ବାରିକ ଅତିଥି ଭାବରେ ଯୋଗଦେଇ ଥିବାବେଳେ ବିଶ୍ଵହିନ୍ଦୁ ପାରିଷଦ ଜିଲ୍ଲା ସମ୍ପାଦକ ନିଳାମ୍ବର ହୋତା , ଦୁର୍ଯୋଧନ ମେହେର ବ୍ଲକ ସଭାପତି, ବ୍ଲକ ସମ୍ପାଦକ ତ୍ରିନାଥ ସାହୁ , ପ୍ରକାଶ ପଧାନ, ଅଂଶୁମାନ ପଣ୍ଡା, ଅରମାନ୍ ବାଘ, ମନୋଜ ରଥ ପ୍ରମୁଖ ଆୟୋଜକ ଭାବରେ କାର୍ଯ୍ଯ ସମ୍ପାଦନ କରିଥିଲେ l ସମୁଦାୟ ୨୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ