ବୀରମହାରାଜପୁର ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ତଥା ବ୍ଲକ ଉପାଧକ୍ଷ ନାରାୟଣ ଲୁହାଙ୍କ ନେତୃତ୍ଵରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ସ୍ଥାନୀୟ ଚମ୍ପାପୁର ଠାରୁ ବାହାରି ମୁଖ୍ୟଛକ ଦେଇ ତହସିଲ ପଡିଆ ରେ ପହଂଚିଥିଲା l ଆୟୋଜିତ ଜନସମ୍ପର୍କ ସଭାକାର୍ଯ୍ୟ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ କୁମାର ନନ୍ଦ ଙ୍କ ସଂଯୋଜନା କ୍ରମେ ଏବଂ ବ୍ଲକ ସଭାପତି ସୁରୁନାରାୟଣ ମହାକୁର ଙ୍କ ସଭାପତିତ୍ଵ ରେ ଆୟୋଜିତ ହୋଇଥିଲା I ସଭାରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ପାଟଣାଗଡ଼ ପୁର୍ବତନ ବିଧାୟକ ସରୋଜ ମେହେର, ବରଗଡ଼ ପୁର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ବିଜେପି ସରକାର ଏକ ଲୁଟେରା ସରକାର, ସରକାରରେ ମୂଳରୁ ଶେଷ ପର୍ଯ୍ୟନ୍ତ ମିଛ, ପାଠପଢା ବହି ଠୁ ଆରମ୍ଭ କରି ପିଲାଙ୍କୁ ମାଗଣା ଶିକ୍ଷା ସବୁ ପ୍ରହସନ, ସୁଭଦ୍ରା ନାମ ରେ ମା ଭଉଣୀ ମାନଙ୍କୁ ମିଛ ପ୍ରହସନ, ଏ ସରକାର ଗରିବ ଙ୍କୁ ଭତ୍ତା ଦେଇ ପାରୁନାହିଁ, ଭତ୍ତା ବୃଦ୍ଧି ମିଥ୍ୟ ନିର୍ବାଚନୀ ପ୍ରତିଶୃତି, ମହାନଦୀ, ଶାଖା ନଦୀ ମାନଙ୍କରୁ ବାଲି ଚୋରି, ସରକାର ସମୟରେ ଚଷୀ ମୁହଁ ରେ ହସ ପରିଵର୍ତ୍ତେ ଲୁହ, ମିଲର ମାନଙ୍କ ଠାରୁ ଚାନ୍ଦା ଆଦାୟ କରିଵା ଯୋଗୁଁ ମିଲର ମନ ଇଛା କଟଣି, ଆମେ ଜିରୋ କଟଣି ରେ ଧାନ ଉଠେଇବୁ କହି ସରକାର କୁ ଆସି 2.5 ବର୍ଷ ପରେ କିଛି କରିପାରିଲେ ନାହିଁ l ଏହିପରି କଡା ଭାଷା ରେ ସମାଲୋଚନା କରିଥିଲେ l ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲା ପରିଷଦ ସଦସ୍ୟ ମଧୁ ସୁଦନ ଓତା, ପ୍ରହଲ୍ଲାଦ ନାୟକ,ଡୁଙ୍ଗୁରିପାଲି ବ୍ଲକ ସଭାପତି ହିମାଂଶୁ ବିଶ୍ବାଳ, ଜିଲ୍ଲା ବିଜେଡ଼ି ସଧାରଣ ସମ୍ପାଦକ ଧୀରେନ୍ଦ୍ର ନାରାୟଣ ପଣ୍ଡା, ବେଲାର ସାହୁ, କୃତିବାସ ମିଶ୍ର, ଅମିୟ ରଞ୍ଜନ ଦାଶ,କରମ ଚାନ୍ଦ ମହାନ୍ତି, ବୀରମହାରାଜପୁର ବ୍ଲକ ଅଧକ୍ଷା ଶାନ୍ତି ଲୁହା, ଜିଲ୍ଲା ସରପଞ୍ଚ ସଙ୍ଘ ସମ୍ପାଦକ ଶ୍ରୀୟା କର୍ମୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ, l ଉକ୍ତ କାର୍ଯକ୍ରମରେ ପିତlମହୁଲ୍ ସରପଞ୍ଚ ଅକସ୍ମିତା ବଢେଇ, ଖଣ୍ଢହତା ଜୟଶ୍ରୀ ଦେହୁରୀ , ମୃଶୁଣ୍ଢୀ ସମିତି ସଭ୍ୟା ରିତl ଗର୍ଡିଆ , ଚମ୍ପମାଲ ସାରପଞ୍ଚ ମହେନ୍ଦ୍ର ମହାନନ୍ଦ , ସମିତି ଲକ୍ଷ୍ମୀ ନାରାୟଣ ପୁରୋହିତ, ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦିଙ୍କ ସମେତ ,ହଜାର ହଜାର ବିଜେଡି କର୍ମୀ ସାମିଲ ହୋଇଥିଲେ l ଶେଷରେ ମହେନ୍ଦ୍ର ଜଗଦଲା ଧନ୍ୟବାଦ୍ ଅର୍ପଣ କରିଥିଲେl

