ରାଜ୍ୟ ସ୍ତରୀୟ ଅଣ୍ଡର୧୪/୧୭ ଭଳିବଲ ରେ ଭାଗନେବେ କୋକସରା ବ୍ଲକ ର ୪ ଛାତ୍ରଛାତ୍ରୀ ।
କଳାହାଣ୍ଡି,୦୭/୧୧
ରାଜ୍ୟ ସ୍ତରୀୟ ଅଣ୍ଡର ୧୪ ରୁ ୧୭ ଭଳିବଲ ଚମ୍ପିୟନସିପ ପାଇଁ ଆସନ୍ତା ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ସରକାରୀ ଏସଏସଡି ହାଇୟର ସେକେଣ୍ଡାରୀ ସ୍କୁଲ ରାୟଗଡା ଗଜପତି ଜିଲ୍ଲା ଠାରେ ଚମ୍ପିୟନସିପ ଆୟୋଜିତ ହେଉଥିବା ବେଳେ ଏହି ଚମ୍ପିୟନସିପ ରେ କୋକସରା ବ୍ଲକ ର ୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମନୋନୀତ ହୋଇଛନ୍ତି। ସେମାନେ ହେଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ର ସୁବ୍ରତ ପ୍ରଧାନୀ,ବିବେକ ନିଆଳ,ଛାତ୍ରୀ ଅର୍ଚ୍ଚିତା ନିଆଳ ଓ ଇନ୍ଦ୍ରାବତୀ ହାଇସ୍କୁଲ ଡୋଙ୍ଗରିଗୁଡା ର ଛାତ୍ରୀ ଚାନ୍ଦନୀ ନାଏକ । ସେମାନେ ଆସନ୍ତା ୭ ତାରିଖରେ ଜିଲ୍ଲା ଟାଉନ ହାଇସ୍କୁଲ ଭବାନୀପାଟଣା ଠାରେ ରିପୋଟିଂ କରିବାକୁ କୁହାଯାଇଛି। କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ପ୍ରଶିକ୍ଷଣ ରେ ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ଭଳିବଲ ରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି।ମନୋନୀତ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଥିଲେ।

