Nvidia Controversy: CEO ଜେନସେନ୍ ହୁଆଙ୍ଗଙ୍କୁ ନେଇ ଜାସୁସି ଅଭିଯୋଗ, ଚୀନ୍ ସହ ସମ୍ପର୍କକୁ ନେଇ ସନ୍ଦେହ
ନୂଆଦିଲ୍ଲୀ: Nvidia CEO ଜେନସେନ୍ ହୁଆଙ୍ଗଙ୍କୁ ନେଇ ଏକ ଜାସୁସି ବିବାଦ ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଲିସ୍ ହୁଆଙ୍ଗ ନାମକ ଜଣେ ଚୀନ୍ ନାଗରିକଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏହି ସମ୍ପର୍କ ମାଧ୍ୟମରେ Nvidiaର AI ଚିପ୍ ଓ ବ୍ୟବସାୟିକ ରଣନୀତି ସମ୍ପର୍କିତ ଗୋପନୀୟ ତଥ୍ୟ ହାସଲ ଉଦ୍ୟମ ହୋଇଥିବା ସନ୍ଦେହ ପ୍ରକାଶ ପାଇଛି।
ରିପୋର୍ଟରେ ଏଲିସ୍ଙ୍କୁ ଚୀନ୍ର ଗୁଇନ୍ଦା ସଂସ୍ଥା Ministry of State Security ସହ ଜଡ଼ିତ ଥିବା ସନ୍ଦେହ କରାଯାଇଛି। ଏଥିସହ ଜେନସେନ୍ ନିଜର ବ୍ୟକ୍ତିଗତ ସମ୍ପର୍କକୁ ନେଇ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀକୁ କ୍ଷମା ମାଗିଥିବା ମଧ୍ୟ ଦାବି ହୋଇଛି। ଏହି ଘଟଣାରେ Nvidia ପକ୍ଷରୁ ତଦନ୍ତ କରାଯିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି।
ଆମେରିକା ଓ ଚୀନ୍ ମଧ୍ୟରେ AI ଚିପ୍ ଏବଂ ସେମିକଣ୍ଡକ୍ଟର ପ୍ରଯୁକ୍ତିକୁ ନେଇ ପ୍ରତିସ୍ପର୍ଦ୍ଧା ଚାଲିଥିବାରୁ ଏହି ଘଟଣା ଗୁରୁତ୍ୱ ପାଇଛି। ତେବେ ଜାସୁସି କିମ୍ବା ଗୋପନୀୟ ତଥ୍ୟ ଚୋରି ସମ୍ପର୍କିତ ଅଭିଯୋଗ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ପ୍ରମାଣିତ ହୋଇନାହିଁ।

