Pawan Kalyan: ୧୩ ବର୍ଷର ବୈବାହିକ ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ! ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣ ଏବଂ ପତ୍ନୀ ଆନା ପରସ୍ପର ଠାରୁ ଅଲଗା ହେବା ପାଇଁ କଲେ ଘୋଷଣା
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣ ଓ ତାଙ୍କ ପତ୍ନୀ ଆନା କୋନିଡେଲା ୧୩ ବର୍ଷର ବୈବାହିକ ସମ୍ପର୍କରୁ ଅଲଗା ହେବା ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଜାରି ମିଳିତ ବିବୃତିରେ ଉଭୟ ପାରସ୍ପରିକ ବୁଝାମଣା ଓ ସମ୍ମାନର ସହ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
ବିବାହ ସମ୍ପର୍କ ଶେଷ ହେଲେ ମଧ୍ୟ ଉଭୟ ଭଲ ବନ୍ଧୁ ଭାବେ ରହିବେ ଏବଂ ପିଲାମାନଙ୍କ ଲାଳନପାଳନରେ ମିଳିତ ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି କହିଛନ୍ତି। ଏହି ବ୍ୟକ୍ତିଗତ ପରିବର୍ତ୍ତନ ସମୟରେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।
୨୦୧୩ରେ ପୱନ ଓ ଆନାଙ୍କ ବିବାହ ହୋଇଥିଲା। ଏହା ପୱନଙ୍କ ତୃତୀୟ ବିବାହ ଥିଲା। ଏହା ପୂର୍ବରୁ ସେ ୧୯୯୭ରେ ନନ୍ଦିନୀ ଏବଂ ୨୦୦୯ରେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ୨୦୨୪ ଜୁନ୍ ୧୪ରେ ସେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

