Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Salur Ghat Accident: ସାଲୁର ଘାଟିରେ ଆଳୁ ବୋଝେଇ ଟ୍ରକ୍ ଓଲଟି ୫ ଘଣ୍ଟା ଜାମ୍, ଯାତାୟାତ ପ୍ରଭାବିତ

କୋରାପୁଟ: କୋରାପୁଟ-ବିଶାଖାପାଟଣା ଜାତୀୟ ରାଜପଥର ସାଲୁର ଘାଟିରେ ଏକ ଆଳୁ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଦୀର୍ଘ ୫ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବାରୁ ଯାତ୍ରୀ ଓ ଗାଡ଼ି ଚାଳକମାନେ ନାନା ଅସୁବିଧାରେ ପଡ଼ିଥିଲେ। ତେବେ ପାଞ୍ଚ ଘଣ୍ଟା ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଆଳୁ ବୋଝେଇ ଟ୍ରକ୍ କୋରାପୁଟ ଦେଇ ବିଶାଖାପାଟଣା ଯାଉଥିଲା। ଏହି ସମୟରେ ସାଲୁର ଘାଟିର ଏକ ବିପଦପୂର୍ଣ୍ଣ ବୁଲାଣିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

ଖବର ପାଇ ସାଲୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ରାସ୍ତାରୁ ହଟାଇବାରେ ବିଳମ୍ବ ହେବାରୁ ଦୀର୍ଘ ସମୟ ଧରି ଗାଡ଼ି ଜାମ୍ ଲାଗି ରହିଥିଲା। ପ୍ରାୟ ୫ ଘଣ୍ଟା ପରେ ଟ୍ରକ୍‌କୁ ହଟାଯିବା ପରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories