Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗରେ ଯୁବକ ଗିରଫ, କୋର୍ଟ ଚାଲାଣ

ଜମନକିରା : ଜମନକିରା ଥାନା ଅନ୍ତର୍ଗତ ଚକୁଲିଆବାହାଲ ଗ୍ରାମରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଓ ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଉକ୍ତ ଗ୍ରାମର ସ୍ୱର୍ଗତ ବୁଧୁରାମ ଖର୍ସେଲଙ୍କ ପୁଅ ଦୁଷ୍ମନ୍ତ ଖର୍ସେଲ (୩୨)।
ଘଟଣାରୁ ପ୍ରକାଶ ଯେ, ଗତ ଅକ୍ଟୋବର ୨୫ ତାରିଖରେ କୌଣସି କାରଣରୁ ଅଭିଯୁକ୍ତ ଦୁଷ୍ମନ୍ତ ଖର୍ସେଲ ଗ୍ରାମର ବଳରାମ ଖର୍ସେଲ (୭୨)ଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୮ ତାରିଖ ଦିନ ବଳରାମ ଆଖି ବୁଜିଥିଲେ।
ଏହି ଘଟଣା ନେଇ ଜମନକିରା ଥାନାରେ ପୂର୍ବରୁ ଗତ ତା.୩.୧୧.୨୦୨୬ ରିଖରେ କେସ୍ ନଂ. ୧୮୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା। ବଳରାମଙ୍କ ମୃତ୍ୟୁ ପରେ ପୁଲିସ ଉକ୍ତ ମାମଲାକୁ ହତ୍ୟା ମାମଲାରେ ପରିଣତ କରିଥିଲା। ଆଜି ପୁଲିସ ଅଭିଯୁକ୍ତ ଦୁଷ୍ମନ୍ତଙ୍କୁ ବିଏନ୍‌ଏସ୍ (BNS)ର ଧାରା ୧୨୬(୨), ୧୧୭(୨), ୧୦୯(୧) ଏବଂ ୧୦୩(୧) ଅନୁଯାୟୀ ଗିରଫ କରିବା ପରେ ଡାକ୍ତରୀ ମାଇନା କରାଇ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories