Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Evening Courts: ମାମଲାର ଶୀଘ୍ର ଶୁଣାଣି ପାଇଁ ସନ୍ଧ୍ୟାକାଳୀନ ଅଦାଲତ ଆରମ୍ଭ କରିବାକୁ କେନ୍ଦ୍ରର ଯୋଜନା

ନୂଆଦିଲ୍ଲୀ: ଦେଶର ଅଦାଲତଗୁଡ଼ିକରେ ଦିନକୁ ଦିନ ବଢ଼ୁଥିବା ମାମଲା ବିଚାର ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅନେକ ମାମଲାର ଶୁଣାଣି ଓ ରାୟ ପାଇଁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏହି ବିଳମ୍ବ କମାଇବା ଏବଂ ମାମଲାଗୁଡ଼ିକର ଶୀଘ୍ର ଫଇସଲା ପାଇଁ କେନ୍ଦ୍ର ସରକାର ସନ୍ଧ୍ୟାକାଳୀନ ଅଦାଲତ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।

କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ହାଇକୋର୍ଟଗୁଡ଼ିକ ସହ ମିଶି କାମ କରାଯିବ। ଅଦାଲତଗୁଡ଼ିକୁ ନିୟମିତ ସମୟ ବାହାରେ ଅତିରିକ୍ତ ସମୟ ଦେଇ ମାମଲାର ଶୁଣାଣି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ବ୍ୟବସ୍ଥା ଲାଗୁ ହେଲେ ଅଦାଲତରେ ଜମା ହୋଇ ରହିଥିବା ମାମଲାର ଚାପ କମିବା ସହ ଶୁଣାଣି ଓ ଫଇସଲା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ତେବେ କେଉଁ ଅଦାଲତରେ ଏହି ବ୍ୟବସ୍ଥା ଆରମ୍ଭ ହେବ ଏବଂ ଏହାର କାର୍ଯ୍ୟପ୍ରଣାଳୀ କ’ଣ ରହିବ, ସେନେଇ ଅଧିକ ବିବରଣୀ ସାମ୍ନାକୁ ଆସିବା ବାକି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories