Dindori Crime: ରସଗୋଲା କହି ବନ୍ଧୁଙ୍କୁ ବିସ୍ଫୋରକ ଖୁଆଇବା ଅଭିଯୋଗ, ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରସଗୋଲା କହି ଜଣେ ଯୁବକଙ୍କୁ ବିସ୍ଫୋରକ ଖାଇବାକୁ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ପାଟିରେ ରଖିବା ମାତ୍ରେ ବିସ୍ଫୋରଣ ଘଟି ୩୫ ବର୍ଷୀୟ ରାଜେନ୍ଦ୍ର ବରୌତିୟାଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କୁ ତାଙ୍କ ଜଣେ ବନ୍ଧୁ ରସଗୋଲା କହି ଏକ ସୁଅରମାର ବୋମା ଖାଇବାକୁ ଦେଇଥିଲେ। ଏହାକୁ ପାଟିରେ ରଖିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଘଟଣାରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବନ୍ଧୁଙ୍କ ବିରୋଧରେ ହତ୍ୟା ଏବଂ ବିସ୍ଫୋରକ ଆଇନ ଅନୁସାରେ ମାମଲା ରୁଜୁ କରିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି।

