Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସୀୟ ପାରା ଗେମ୍ସ ରୌପ୍ୟ ବିଜୟିନୀ ପାୟଲ ନାଗଙ୍କୁ ଭବ୍ୟ ସମ୍ବର୍ଦ୍ଧନା; ୨୦୨୮ ପାରାଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟ ।

ବଲାଙ୍ଗୀର,୧୨।୧୧: ୫ମ ଏସୀୟ ପାରା ଗେମ୍ସ-୨୦୨୬ରେ ମହିଳା କମ୍ପାଉଣ୍ଡ ଡବଲ୍ସ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଓଡ଼ିଆ ପାରା-ତୀରନ୍ଦାଜ ପାୟଲ ନାଗଙ୍କୁ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏନେଇ ତାଙ୍କୁ ସଂପୃକ୍ତ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ରାଶି ଆକାରରେ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।
ପ୍ରତିଯୋଗିତା ସମୟରେ ନିଜ ମାଆଙ୍କ ଅସୁସ୍ଥତା ସତ୍ତ୍ୱେ ପାୟଲ ମାନସିକ ସ୍ତରରେ ବିଚଳିତ ନ ହୋଇ ଧୈର୍ଯ୍ୟ ଓ ଏକାଗ୍ରତାର ସହ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ଏହି ସଫଳତା ପଛରେ ଥିବା ନିରନ୍ତର ସହଯୋଗ ଓ ପ୍ରୋତ୍ସାହନ ପାଇଁ ସେ କ୍ରୀଡ଼ା ଓ ଯୁବସେବା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।
ସଂଘର୍ଷ ଏବଂ ଅଟଳ ଆତ୍ମବିଶ୍ୱାସରେ ଭରା ପାୟଲଙ୍କର ଏହି ପଦକ ବିଜୟ ଯାତ୍ରା ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ସାଜିଛି। ସମ୍ବର୍ଦ୍ଧନା ଅବସରରେ ଓଡ଼ିଶାର ଗର୍ବ ପାୟଲ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ୨୦୨୮ ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ତାଙ୍କର ପରବର୍ତ୍ତୀ ପ୍ରମୁଖ ଲକ୍ଷ୍ୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories