Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଫଗାଁ ଧାନ ମଣ୍ଡି ରେ ଧାନ ଉଠାଣରେ ଏଜେଣ୍ଟ ଙ୍କ ମାନମାନି କୁ ନେଇ ଚାଷି ଅସନ୍ତୋଷ, ସ୍ଥିତି ଅନୁଧ୍ୟାନ କଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୧୧/୦୬ : କୋକସରା ବ୍ଲକ କାଶିବାହଲ ପେକ୍ସ ଅଧୀନରେ ଥିବା ଫୁଫଗାଁ ଧାନ ଉପମଣ୍ଡି ରେ ଧାନ ଉଠାଣ ରେ ପାତରଅନ୍ତର କୁ ନେଇ ଚାଷି ଅସନ୍ତୋଷ ଅଭିଯୋଗ ପରେ ରବିବାର ସ୍ଥିତି ଅନୁଧ୍ୟାନ କରିଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ। କୋକସରା ବ୍ଲକ ର ବିଭିନ୍ନ ମଣ୍ଡି ରେ ରବି ଧାନ କ୍ରୟ ପାଇଁ ମଣ୍ଡି ଚାଲିଥିବା ବେଳେ କାଶିବାହଲ ପେକ୍ସ ଫୁଫଗାଁ ମଣ୍ଡି ରେ ଧାନ ଉଠାଣ ରେ ପେକ୍ସ କର୍ମଚାରୀ ଓ ଏଜେଣ୍ଟ ଙ୍କ ମାନମାନି ଚାଲିଥିବା ନେଇ ଚାଷି ଅଭିଯୋଗ ଆଣିଛନ୍ତି। ଟୋକନ ଅବଧି ଥିବା ଚାଷି ଙ୍କ ଧାନ ଉଠାଇବାରେ ପାତରଅନ୍ତର କରୁଥିବା,ଛୋଟ ଚାଷି ଙ୍କ ଧାନ କୁ ଆଦ୍ରତା ଥିବା ଦର୍ଶାଇ ବିଭିନ୍ନ ବାହାନା କରି ଉଠାଣ କରୁ ନଥିବା ନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ନିକଟରେ ଅଭିଯୋଗ କରିଥିଲେ।ଏନେଇ ବ୍ଲକ ଉପାଧ୍ୟକ୍ଷ ମଣ୍ଡି ରେ ପହଞ୍ଚି ପେକ୍ସ,ଆରଏମସି କର୍ମଚାରୀ ଓ ମଣ୍ଡି ରେ ନିୟୋଜିତ ମିଲ ର ଏଜେଣ୍ଟ ଙ୍କୁ ତାଗିଦ କରିବା ସହ ଯୋଗାଣ ବିଭାଗର ଅଧିକାରୀ ମିଲ ମାଲିକ ଙ୍କ ସହ ଫୋନ ରେ ଆଲୋଚନା କରି ପେକ୍ସ କର୍ମଚାରୀ ଙ୍କୁ ଟୋକନ ଅବଧି ଅନୁସାରେ ଧାନ ଉଠାଇବାକୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ