Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ପ୍ରଚାର ପ୍ରସାର ଅଭାବ ଓ ଜିଲ୍ଲାପାଳ-ଏସ୍‌ପିଙ୍କ ଅନୁପସ୍ଥିତିକୁ ନେଇ ନିରାଶ ହେଲେ ଅଭିଯୋଗକାରୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, କୁଚିଣ୍ଡା ଉପଜିଲ୍ଲାପାଳ ସରଭରନ ସି., ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ପ୍ରସନ୍ନ ପାତ୍ର, ବାମରା ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ, କୁଚିଣ୍ଡା ଆଇଟିଡିଏ ପିଏ କର୍ଣଦେବ ସମଦ୍ଦାର, ଏସ୍‌ଡିପିଓ ପ୍ରଦୀପ କୁମାର ଦାସ ଏବଂ ଜମନକିରା ବିଡିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରବୀଣା ବିଲୁଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ପଞ୍ଚାୟତସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଆଜିର ଏହି ଶିବିରରେ ବ୍ୟକ୍ତିଗତ ଭାବେ ୨୬ଟି ଏବଂ ଗୋଷ୍ଠୀଗତ ଭାବେ ୩୩ଟି ଏପରି ମୋଟ ୫୯ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ଆଜିର ଏହି ଶିବିରରେ ବ୍ୟକ୍ତିଗତ ଭାବେ ୨୬ଟି ଏବଂ ଗୋଷ୍ଠୀଗତ ଭାବେ ୩୩ଟି ଏପରି ମୋଟ ୫୯ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ଏଥିରେ ମୁଖ୍ୟତଃ ରାସ୍ତାଘାଟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମାଜିକ ସୁରକ୍ଷା ଭତ୍ତା, ଉଠା ଜଳସେଚନ (ଲିଫ୍ଟ ଇରିଗେସନ୍‌) ଏବଂ ଟୋଲ୍‌ ପ୍ଲାଜା ସମ୍ପର୍କିତ ସମସ୍ୟା ଉପରେ ବିଶେଷ ଭାବେ ଅଭିଯୋଗ ଆସିଥିଲା।
ତେବେ ବ୍ଲକ ପ୍ରଶାସନର ଚରମ ଅବହେଳା ତଥା ପୂର୍ବରୁ ଉପଯୁକ୍ତ ପ୍ରଚାର ପ୍ରସାର କରାଯାଇ ନଥିବାରୁ ଆଜି ବହୁତ କମ୍ ସଂଖ୍ୟକ ଲୋକ ଶିବିରକୁ ଆସିଥିବା ଦେଖିବାକୁ ମିଳିଥିଲା। ସୂଚନା ଅଭାବରୁ ଅଞ୍ଚଳର ବହୁ ହିତାଧିକାରୀ ନିଜର ସମସ୍ୟା ଓ ଅଭିଯୋଗ ଜଣାଇବାରୁ ବଞ୍ଚିତ ହୋଇଛନ୍ତି।
ଅନ୍ୟପକ୍ଷରେ, ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ଅନୁପସ୍ଥିତ ରହିଥିଲେ। ଜିଲ୍ଲାର ଏହି ଦୁଇ ଶୀର୍ଷ ଅଧିକାରୀଙ୍କୁ ସିଧାସଳଖ ନିଜର ଗୁହାରି ଜଣାଇବା ପାଇଁ ଆସିଥିବା ବହୁ ଅଭିଯୋଗକାରୀ ସେମାନଙ୍କ ଅନୁପସ୍ଥିତି ଯୋଗୁଁ ନିରାଶ ହୋଇ ଫେରିଥିବା ଅଞ୍ଚଳବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories