Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ୍ ସ୍ତରୀୟ ‘ହାଇ ଆଚିଭର କ୍ୟାମ୍ପ’ ଆୟୋଜିତ; ୩୫ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଶେଷ ପ୍ରଶିକ୍ଷଣ

ଜମନକିରା : ମେଧାବୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ତଥା ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ନଭେମ୍ବର ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଷଣ୍ଢପଥର ସ୍ଥିତ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ଲକ୍ ସ୍ତରୀୟ ‘ହାଇ ଆଚିଭର କ୍ୟାମ୍ପ’ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୧୩ଟି ବିଦ୍ୟାଳୟରୁ ମନୋନୀତ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ୧୬ ଜଣ ଅଭିଜ୍ଞ ବିଷୟଭିତ୍ତିକ ସାଧନକର୍ମୀ ତାଲିମ ପ୍ରଦାନ କରିଥିବା ବେଳେ ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ ଶିବିର ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ଏହି ଶିବିରରେ ଭୌତିକ ବିଜ୍ଞାନରେ ଗେଲ୍ହାଦ ଚନ୍ଦ୍ର ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଟେଲ ଓ ଲଜିତା ଧଳ; ଜୀବ ବିଜ୍ଞାନରେ ସମୀର କୁମାର ଭୋଇ, ଉପାସନା ସ୍ୱାଇଁ ଓ ସୀମାରାଣୀ ପଟେଲ; ଇତିହାସରେ ଶିବଶଙ୍କର ଦାଶ ଓ ଅଶ୍ୱିନୀ ପୁରୋହିତ, ଗଣିତ : ନିରଞ୍ଜନ ସିଟ, ମନୋଜ କୁମାର ସାହୁ, ଆଦିତ୍ୟ ପ୍ରସାଦ ପ୍ରଧାନ
ଇଂରାଜୀ : ସତ୍ୟନାରାୟଣ ସାହୁ, ବିପ୍ଳବ କିଶୋର ପୁରୋହିତ, ଶୁଭ୍ରାଂଶୁ ପଣ୍ଡା,
ଭୂଗୋଳ; ମାଧବ ସାହୁ, ଚକ୍ରଧର ମାଝୀ( ଆର.ପି) ଏବଂ ଓଡ଼ିଆ ବିଷୟରେ ମାନସ ରଞ୍ଜନ ପଟେଲ, ଅଳକା ପଟେଲ ଓ ପ୍ରକାଶ ଚନ୍ଦ୍ର ସାହୁ ସାଧନକର୍ମୀ ଭାବେ ଯୋଗଦେଇ ଶିକ୍ଷାଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି କ୍ୟାମ୍ପର ପରବର୍ତ୍ତୀ ପର୍ଯ୍ୟାୟ ଗୁଡ଼ିକ ଆସନ୍ତା ଡିସେମ୍ବର ୧୫/୧୬ରେ କୁଲୁଣ୍ଡି ବିଶ୍ୱସେବା ଉଚ୍ଚ ବିଦ୍ୟାଳୟ ଠାରେ, ଜାନୁଆରୀ ୧୫/୧୬ରେ ଭୋଜପୁର ଏସ୍.ଏସ୍.ଡି ବିଦ୍ୟାଳୟରେ ଏବଂ ଫେବୃଆରୀ ମାସରେ ମଧ୍ୟ ଅନୁଷ୍ଠିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories