Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ମହାବିଦ୍ୟାଳୟରେ ଦ୍ୱିଦିବସୀୟ କ୍ରୀଡ଼ା ମହୋତ୍ସବ ଉଦ୍‌ଘାଟିତ, ୨୫୦ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ

ଜମନକିରା : ଜମନକିରା ମହାବିଦ୍ୟାଳୟ ପରିସରରେ ୨୦୨୬-୨୭ ଶିକ୍ଷାବର୍ଷର ଦ୍ୱିଦିବସୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ ଗୁରୁବାର ପୂର୍ବାହ୍ନ ୯ଟା ସମୟରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବମୁଖର କ୍ରୀଡ଼ା ମହାକୁମ୍ଭକୁ ଅଧକ୍ଷ ଅରୁଣ କୁମାର ପଟେଲ ଆନୁଷ୍ଠାନିକ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟର ଯୁକ୍ତ ଦୁଇ (+୨) ଏବଂ ଯୁକ୍ତ ତିନି (+୩) ବିଭାଗର ପ୍ରାୟ ୨୫୦ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଭିନ୍ନ ରୋମାଞ୍ଚକର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ଯୁକ୍ତ ଦୁଇ ବାଳକ ଓ ବାଳିକାଙ୍କ ପାଇଁ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଓ ୮୦୦ ମିଟର ଦୌଡ଼ ସମେତ ଉଚ୍ଚ ଡିଆଁ (ହାଇ ଜମ୍ପ) ଏବଂ ସଟ୍‌ପୁଟ୍ ପ୍ରତିଯୋଗିତା ହୋଇଥିଲା। ସେହିପରି ଯୁକ୍ତ ତିନି ବାଳିକାମାନଙ୍କ ପାଇଁ ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼, ଲମ୍ବ ଡିଆଁ (ଲଙ୍ଗ ଜମ୍ପ) ଓ ଡିସ୍‌କସ୍ ଥ୍ରୋ ଏବଂ ବାଳକମାନଙ୍କ ପାଇଁ ୧୦୦, ୨୦୦ ଓ ୮୦୦ ମିଟର ଦୌଡ଼, ଲମ୍ବ ଡିଆଁ ଓ ଡିସ୍‌କସ୍ ଥ୍ରୋ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଛି। ଆସନ୍ତାକାଲି ଶୁକ୍ରବାର ସକାଳ ସାଢ଼େ ୯ଟା ରୁ ଦ୍ୱିତୀୟ ଦିବସର କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ବାଳକମାନଙ୍କ ପାଇଁ ୩୦୦୦ ମିଟର ଓ ବାଳିକାମାନଙ୍କ ପାଇଁ ୧୫୦୦ ମିଟର ଦୌଡ଼ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ଇଭେଣ୍ଟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟା ସମୟରେ କ୍ରୀଡ଼ା ମହୋତ୍ସବର ଭବ୍ୟ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ମହାବିଦ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି। ଖେଳ କୁ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ରଞ୍ଜନ ମହାକୁଳ, ଅବସରପ୍ରାପ୍ତ ଖେଳ ଶିକ୍ଷକ ନାରାୟଣ ପଧାନ, ଖେଳ ଶିକ୍ଷକ ଶିବଶଙ୍କର ବେହେରା ଓ ଦୀପକ କିଷାନ ପ୍ରମୁଖ ଖେଳଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ। ଏହି କ୍ରୀଡ଼ା ମହୋତ୍ସବର ସୁପରିଚାଳନା ତଥା ଉଦ୍‌ଘାଟନୀ ଉତ୍ସବରେ ଯୁକ୍ତ ଦୁଇ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଧୀରେନ୍ଦ୍ର ସାହୁ, ପ୍ରହ୍ଲାଦ ନାଏକ, ସତ୍ୟନାରାୟଣ ପଟ୍ଟନାୟକ, ଅଭିଷେକ ଭଇଁଷା, ସମରେନ୍ଦ୍ର ବୈଦ୍ୟ, ଅମୀୟ ସା, ଦେବେନ୍ଦ୍ର କିଷାନ, ମାନସୀ ପଧାନ, ଦୀପ୍ତି ବିଶ୍ୱାଳ, ତୃପ୍ତି ମଲ୍ଲିକ, ଦୀପ୍ତିମୟୀ ରାଉତ, ଗୀତା ପଧାନ, ସୀମା ପଧାନ, ପ୍ରିୟଙ୍କା ପଟେଲ ଓ ଶିବାନୀ ବେହେରା ଉପସ୍ଥିତ ଥିଲେ। ସେହିପରି ଯୁକ୍ତ ତିନି ବିଭାଗର ପ୍ରଦୀପ କୁମାର ପଣ୍ଡା, ଅରୁଣା ମିଶ୍ର, ଡ.ତୃପ୍ତି ମିଶ୍ର, ମନମୋହନ ବାଗ, ସୁରଥ ସାହୁ, ସିଦ୍ଧାନ୍ତ ସାହୁ, ମିନିକେତନ ସାହୁ, କୁଣ୍ଡଳୀ ମହାନନ୍ଦ, ସୁପର୍ଣ୍ଣା ପଟ୍ଟନାୟକ, ଚେତନା ଗର୍ତିଆ, ସୁଲକ୍ଷଣା ପଟେଲ, ବର୍ଣ୍ଣାଳୀ ଦେହୁରୀ, ସାଇନା ଭୋଇ, ମୁଶାରଫ ଅନସାରୀ ଓ ରୋଜି ପରିଡ଼ା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଣ-ଶିକ୍ଷକ କର୍ମଚାରୀ ଲକ୍ଷ୍ମଣ ପାଣ୍ଡେ, ପ୍ରବୀର ନାୟକ, ଋଷଭ ଭୋଇ, ଅଜୟ ସାହୁ ଓ ବିଶ୍ୱନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରାୟ ୫ ଶହ ରୁ ଅଧିକ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories