Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତ୍ମନିର୍ଭରଶୀଳତା ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱ: ଜମନକିରାରେ ଉଦ୍ୟୋଗୀ ପ୍ରଶିକ୍ଷଣ ଶିବିର

ଜମନକିରା : ସ୍ଥାନୀୟ ଯୁବବର୍ଗ ଓ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକସ୍ଥିତ ମିଶନ ଶକ୍ତି ଗୃହଠାରେ ଏକ ‘ଉଦ୍ୟୋଗୀ ପ୍ରଶିକ୍ଷଣ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ସମ୍ବଲପୁର ଏବଂ କୁଚିଣ୍ଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଗ୍ରାମୀଣ ସହାୟକ ଜନସଂଘ’ର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଶିବିରରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଛତିଶ ଚନ୍ଦ୍ର ନାଏକ ଏବଂ ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରି ଅଫିସର ଶାନ୍ତନୁ କୁମାର ଭୋଇ ପ୍ରମୁଖ ଯୋଗଦେଇ ଉପସ୍ଥିତ ଯୁବକଯୁବତୀ ଓ ଉଦ୍ୟୋଗୀମାନଙ୍କୁ ବ୍ୟବହାରିକ ଦିଗଦର୍ଶନ ଦେଇଥିଲେ। ଜିଲ୍ଲାସ୍ତରରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ, ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା, ଋଣ ସହାୟତା ଏବଂ ସେଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅଧିକାରୀଦ୍ୱୟ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଚାକିରି ପଛରେ ନ ଗୋଡ଼ି ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା ପୂର୍ବକ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ରୋଜଗାରର ନୂତନ ପନ୍ଥା ସୃଷ୍ଟି କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଗ୍ରାମୀଣ ସହାୟକ ଜନସଂଘର ସଭାପତି ଟୁନା ମହାନନ୍ଦ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଅଞ୍ଚଳର ଶିକ୍ଷିତ ଯୁବକଯୁବତୀ ଓ ନୂତନ ଉଦ୍ୟୋଗ ସ୍ଥାପନ କରିବାକୁ ଆଗ୍ରହୀ ବ୍ୟକ୍ତିବିଶେଷ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories