Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଫଗାଁ ମଣ୍ଡି ରେ ଧାନ ଉଠାଣ ଅହେତୁକ ବିଳମ୍ବ,ବ୍ଲକ ଉପାଧ୍ୟକ୍ଷ ଙ୍କ ହସ୍ତକ୍ଷେପ ପରେ ସ୍ୱାଭାବିକ ହେଲା ଧାନ କ୍ରୟ।

କୋକସରା:୧୧/୦୬ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପେକ୍ସ ଅଧୀନରେ ଥିବା ଫୁଫଗାଁ ଧାନ ଉପମଣ୍ଡି ରେ ଧାନ କ୍ରୟ ରେ ଅହେତୁକ ବିଳମ୍ବ ହେଉଥିବାରୁ ଚାଷି ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଚାଷି ଙ୍କ ଅଭିଯୋଗ ପରେ ଶନିବାର ସନ୍ଧ୍ୟାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଣ୍ଡି ରେ ପହଞ୍ଚି ଚାଷି ଙ୍କ ସହ ଆଲୋଚନା କରିଥିଲେ।ଚାଷି ଙ୍କ ଅଭିଯୋଗ ଅନୁସାରେ ଟୋକନ ଅବଧି ଥିବା ସତ୍ତ୍ୱେ ମଧ୍ୟ ସେମାନଙ୍କ ଧାନ ଉଠାଇବାରେ ପେକ୍ସ କର୍ମଚାରୀ ଓ ଏଜେଣ୍ଟ ମାନେ ପାତରଅନ୍ତର କରୁଥିବା ନେଇ ଅଭିଯୋଗ କରିଥିଲେ। ଚାଷି ଙ୍କ ସହ ଆଲୋଚନା ପରେ ଉପାଧ୍ୟକ୍ଷ ପେକ୍ସ,ଆରଏମସି କର୍ମଚାରୀ ଓ ମଣ୍ଡି ରେ ନିୟୋଜିତ ମିଲ ର ଏଜେଣ୍ଟ ଙ୍କ ସହ ଆଲୋଚନା କରି ଚାଷି ଙ୍କ ଧାନ କାହିଁକି କ୍ରୟ ରେ ବିଳମ୍ବ ହେଉଥିବା ନେଇ ଜବାବ ମାଗିଥିଲେ। ମଣ୍ଡି ରେ ଅଳ୍ପ ସଂଖ୍ୟକ ଶ୍ରମିକ ଧାନ ପରିବହନ କାର୍ଯ୍ୟ ରେ ନିୟୋଜିତ ଥିବା କାରଣରୁ ଏଭଳି ସମସ୍ୟା ହେଉଥିବା ନେଇ କର୍ମଚାରୀ ଙ୍କ ଠାରୁ ଜାଣିବା ପରେ, ପେକ୍ସ ସମ୍ପାଦକ ଙ୍କୁ କାଶିବାହଲ ପେକ୍ସ ଅଧୀନରେ ଥିବା ସମସ୍ତ ମଣ୍ଡି ରେ ନିୟୋଜିତ ଶ୍ରମିକ ଙ୍କୁ ରବିବାର ଦିନଟିଏ ପାଇଁ ଫୁଫଗାଁ ମଣ୍ଡି ରେ କାର୍ଯ୍ୟ ରେ ନିୟୋଜିତ କରି ଧାନ ଉଠାଣ କରିବା ପାଇଁ କହିଥିଲେ ଓ ମଣ୍ଡି ରେ ଟେଗ ଥିବା ମିଲ ମାଲିକ ଙ୍କ ସହ ଆଲୋଚନା କରି ରବିବାର ସହଯୋଗ କରିବାକୁ କହିଥିଲେ।ରବିବାର ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କାଶିବାହଲ ସମବାୟ ସମିତି ସଭାପତି ନିହାର ରଞ୍ଜନ ବେହେରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ମଣ୍ଡି ରେ ଉପସ୍ଥିତ ରହି ଟୋକନ ଅବଧି ରହିଥିବା ସମସ୍ତ ଚାଷି ଙ୍କ ଧାନ ଉଠାଇବା ପ୍ରକ୍ରିୟା ସ୍ୱାଭାବିକ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ