Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହାଳିଙ୍ଗ ଗାଁ ରେ ଟାଙ୍ଗିଆ ଚୋଟ ରେ ଜଣେ ବ୍ୟକ୍ତି ଗୁରୁତ୍ୱର; ଏସ.ପି ଙ୍କ ଦ୍ଵାରାସ୍ତ ହେଲେ ପରିବାର

କୋକସରା,୧୨/୦୬ : ଗତ ୩ ତାରିଖ ବିଳମ୍ବିତ ରାତିରେ କେଗାଁ ଥାନା ଅନ୍ତର୍ଗତ ମହାଳିଙ୍ଗ ଗ୍ରାମରେ ଘଟିଥିଲା ଏକ ଦୁଖଃଦ ଘଟଣା ମହାଳିଙ୍ଗ ଗ୍ରାମ ର ନାର୍ଣ୍ଣ କେତକୀ ର ଟାଙ୍ଗିଆ ଚୋଟରେ ହାଜରୁ କେତକୀ ଗୁରୁତ୍ୱର ହୋଇ ବର୍ତ୍ତମାନ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅଭାସ୍ଥlରେ ମରଣ ସହିତ ସଂଗ୍ରାମ କରୁଛି ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ହାଜରୁ କେତକୀ ଜଣେ ବୋଲେରୋ ଡ୍ରାଇଭର ହୋଇଥିବା ବେଳେ ସେ ଗତ ୩ତାରିଖ ରାତ୍ରି ରେ ସେ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ପୂର୍ବରୁ ଜଗିଥିବା ନାର୍ଣ୍ଣ କେତକୀ ହଟାତ ଟାଙ୍ଗିଆ ରେ ଆକ୍ରମଣ କରିଥିଲା ତେବେ ହାଜରୁ ନିଜ ଜୀବନ କୁ ବଞ୍ଚାଇବାକୁ ଜାଇ ବହୁ କଷ୍ଟ ରେ ପଡୋଶୀ ଘର ଲୋକଙ୍କୁ ଡାକିଥିଲା ପରେ ତାକୁ ଉଦ୍ଧାର କରି ପ୍ରଥମେ ଭବାନିପାଟନା ଜିଲ୍ଲା ଡାକ୍ତର ଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାତରିତ କରାଯାଇଥିଲା ପରେ ସେଠାରୁ ତାକୁ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣା ଯାଇଥିଲା ତେବେ ଏ ସଂକ୍ରାନ୍ତରେ କେଗାଁ ଥାନା ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଦେଲାପରେ ପୋଲିସ ପକ୍ଷରୁ କେସ ନ ୯୫/୨୩ ରେ ଏକ ମାମଲା ରୁଜୁ କରିତଦନ୍ତ ଆରମ୍ଭ ହୋଇଥିଲା ତେବେ ଇତି ମଧ୍ୟରେ ନଅ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କେବଳ ମାମଲା ରୁଜୁ କରି ନାର୍ଣ୍ଣ କେତକୀ ଫେରାର ଅଛି ବୋଲି ନିଜ କାର୍ଯ୍ୟ ସାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ଏପରି ନାର୍ଣ୍ଣ କେତକୀ ଶାସକ ଦଳ ର ଜଣେ ଠିକାଦାର ହୋଇଥିବା ବେଳେ ସ୍ଥାନୀୟ ସମିତି ସଭ୍ୟ ସହିତ ମିଶି ଶାସକ ଦଳର ସବୁ କାର୍ଯ୍ୟ କରୁଥିବାରୁ ପୋଲିସ ଶାସକ ଦଳର ଜଣେ ଦକ୍ଷ ନେତା ଙ୍କ ଚାପରେ ଜାଣିଶୁଣି ଚୁପ ବସିଛି ବୋଲି ହଜାରୁ କେତକୀ ର ସ୍ତ୍ରୀ କହିଛନ୍ତି ତେବେ ଆଜି ସେ କେଗାଁ ଥାନା ଯାଇଥିବା ବେଳେ ତାଙ୍କୁ ଥାନାରେ ଆପଣ ମାନେ ଏସଙ୍କ ପାଖକୁ ଯିବାର ଅଛି ଯାଆନ୍ତୁ ବୋଲି କହିବାରୁ ସେ ଆଜି କଳାହାଣ୍ଡି ଏସ.ପି ଙ୍କ ଦ୍ୱରାସ୍ତ ହୋଇଥିବା ଜଣାପଡିଛି ତେବେ ଆଗାମୀ ଦିନରେ ଆଜି ଅଭିଯୁକ୍ତକୁ ଧରା ନଗଲେ ଆଗାମୀ ଦିନରେ ପରିବାର ଓ ଡ୍ରାଇଭର ମହାସଙ୍ଗ ମିଳିତରେ ଥାନା ସମ୍ମୁଖରେ ଧରଣl ଦେବୁ ବୋଲି ଉଭୟ ପକ୍ଷରୁ କହିଛନ୍ତି